ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ 

ମୟୂରଭଞ୍ଜ- ୧୯/୧୨ ( ମସିହା )ବାରିପଦା ଶିଶୁ ଉଦ୍ୟାନ ପରିସରରେ ଥିବା ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡ ଠାରେ ଆମେ ମୟୂରଭଞ୍ଜିଆ, ସଂସ୍କାର ଶିଶୁମହୋତ୍ସବ କମିଟୀ ଏବଂ ବାରିପଦା ପୌରପରିଷଦର ମିଳିତ ସହଭାଗିତାରେ ଆଧୁନିକ ଓଡିଶାର ନବନିର୍ମାତା ତଥା ମୟୂରଭଞ୍ଜର ପ୍ରଜାନୁରଞ୍ଜକ ମହାରାଜା ରାଜର୍ଷି ଶ୍ରୀରାମ ଚନ୍ଦ୍ରଙ୍କ ଜୟନ୍ତୀ ଉତ୍ସବ ମହାସମାରେହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆବାହକ ସଞ୍ଜୟ କୁମାର ଚୌଧୁରୀଙ୍କ ସଞ୍ଚାଳନରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବ୍ୟାଣ୍ଡ ବାଦନର ତାଳେ ତାଳେ ଶଙ୍ଖ ହୁଳହୁଳି ସହ ଫୁଲ ଚନ୍ଦନ ଦେଇ ଅତିଥିମାନଙ୍କୁ ବ୍ୟାଣ୍ଡଷ୍ଟାଣ୍ଡକୁ ପାଛୋଟି ଅଣାଯାଇଥିଲା । ବାରିପଦା ପୌରପରିଷଦର ଅଧ୍ୟକ୍ଷ ତଥା ଶିଶୁ ମହୋତ୍ସବ ମୟୂରୀର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କୁନି ନୃତ୍ୟଶିଳ୍ପୀ ଆୟୁକ୍ତା ତ୍ରିପାଠୀ, ସମ୍ନାନିତ ଅତିଥି ଭାବେ ନୃତ୍ୟଶିଳ୍ପୀ ପ୍ରାଭ୍ୟାଶ୍ରୀ ପଣ୍ଡା ଏବଂ ନୃତ୍ୟଶିଳ୍ପୀ ଇଷିତା ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବିଶେଷ ଅତିଥିଭାବେ ପୌରଉପାଧ୍ୟକ୍ଷା ସୀମା ଦାସ, ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଗୀତା ଶତପଥି, ପ୍ରାଧ୍ୟାପକ ଡଃ ନରସିଂହ ବାରିକ, କାଉନସିଲର ଜିତା ସିଂ, ସୁକେଶିନୀ ସେଠୀ ଏବଂ ପ୍ରଭାତୀ ପୃଷ୍ଟି ପ୍ରମୁଖ ଯୋଗଦେଇ ଐତିହାସିକ ବ୍ୟାଣ୍ଡଷ୍ଟାଣ୍ଡରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀଉତ୍ସବ ପାଳନ ଏକ ମହାର୍ଘ ମୁହୂର୍ତ୍ତ ବୋଲି କହିବା ସହିତ ଏହା ପ୍ରତିଭା ବିକାଶର ଅନନ୍ୟ ମଞ୍ଚ ପାଲଟିଛି ବୋଲି କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ତୈଳଚିତ୍ର ଓ ରଙ୍ଗୋଲୀରେ ମହାରାଜାଙ୍କ ଚିତ୍ର ଅଙ୍କନ କରିବା ସହିତ ବକ୍ତୃତା ମାଧ୍ୟମରେ ମହାରାଜାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କୁନିକୁନି ପିଲାମାନେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରିଥିବା ବେଳେ ମହିଳାମାନଙ୍କ ଦ୍ୱାରା ସୁନ୍ଦର ଝୋଟିଚିତା ଅଙ୍କା ଯାଇଥିଲା । ଏହି ଅବସରରେ ଦିବସ ବ୍ୟାପୀ ନୃତ୍ୟ ଗୀତର ଆସର ଜମିଥିବା ବେଳେ ଅପରାହ୍ନରେ ଅପରାହ୍ନରେ ଶୁଭଶଙ୍ଖ ସାହିତ୍ୟ ଅନୁଷ୍ଠାନର ସଭାପତି ଡଃ ତରୁଣ କୁମାର ଓଝାଙ୍କ ସଞ୍ଚାଳନରେ ଅତୁଲ୍ୟ ମୋ ମୟୂରଭଞ୍ଜ ଶୀର୍ଷକରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ କାବେରୀ ମିଶ୍ର, ବାସନ୍ତୀଲତା ମହାପାତ୍ର, ଅଶୋକ ପଲେଇଙ୍କ ସମେତ ଅନ୍ୟମାନେ କବିତା ପାଠ କରିଥିଲେ । ଏହି ଅବସରରେ ହିମାଦ୍ରି ତନୟା ଚୌଧୁରୀ ଓ ଶୁଭମ ମାଇତିଙ୍କ ସଂଗୀତର ମୂର୍ଚ୍ଛନାରେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇଥିବା ବେଳେ ମୋ ଜଗାକାଳିଆରେ ଗୀତରେ ଆୟୁକ୍ତା ତ୍ରିପାଠୀଙ୍କ ଅପୂର୍ବଲାସ୍ୟଭରା ନୃତ୍ୟ, ପ୍ରାଭ୍ୟାଶ୍ରୀ ପଣ୍ଡାଙ୍କ ଓଡିଶୀ, ଇଷିତା ବେହେରାଙ୍କ ଛଉ ନୃତ୍ୟ, ଆରିକା ମହାପାତ୍ରଙ୍କ ମହାଭାରତ, ସତ୍ୟମ ଶିବମ ସୁନ୍ଦରଂ ଗୀତରେ ସମୀକ୍ଷାପାଢିଙ୍କ ନୃତ୍ୟ, ଇଷିତା ଶିବାଶ୍ରିତାଙ୍କ ଶିବତାଣ୍ଡବ ସହିତ ପୂର୍ଣ୍ଣଚନ୍ଦ୍ରପୁର ଉପ୍ରାବିଦ୍ୟାଳୟ ଓ ମହାରାଣୀ ତଖତକୁମାରୀ ଉପ୍ରାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋମୁଗ୍ଧକର ଗ୍ରୁପ ଡ୍ୟାନ୍ସ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାରିପଦା ବନଖଣ୍ଡର ଅଧିକାରୀ ଡିଏଫଓ ଏ ଉମାମହେଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ ଓ ଡଃ ମୋହିତ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଉତ୍କଳର ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରି ଜଣେ ନରପତି ବିରଳ ବୋଲି କହବା ସହିତ ମହାରାଜାଙ୍କ ଜୀବନଦର୍ଶନ ଆଗାମୀପିଢିପାଇଁ ଆଲୋକବର୍ତ୍ତିକା ବୋଲି କହିଥିଲେ । ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବକୁ ସଫଳ କରିବାରେ କୁମାର ରଞ୍ଜନ ପଣ୍ଡା, ଆଡଭୋକେଟ କ୍ଷେତ୍ରମୋହନ ପଣ୍ଡା, ଇଂ ସୁନୀଲ କୁମାର ପ୍ରଧାନ, ସଂଗ୍ରାମ କେଶରୀ ଭଞ୍ଜଦେଓ, ଲକ୍ଷ୍ମୀ ଧର ଜେନା, ହରିହର ଦାସ, କୈବଲ୍ୟ ପ୍ରସାଦ ମହାପାତ୍ର, ଡଃ ଗଣେଶ୍ୱର ଭୋଇ, ଅଜିତ ଭକ୍ତା, କିଚକ ବେହେରା, ସାଇପ୍ରକାଶ ମହାନ୍ତି, ସୋମନାଥ ସିଂ, ପ୍ରଭାତ ସାହୁ, କମଳ ଲୋଚନ ମହାକୁଡ, ମନୋଜ ଦାଶ, ବିପ୍ଳବ ଦାଶ, ଅଜିତ ବେହେରା, ମଳୟ ଜେନା, ବିଶ୍ୱବିଜୟୀ ପଣ୍ଡା, ଅଭିଷେକ ୟାଦବ, ରେଣୁବାଳା ରଥ, ପ୍ରୀତିସୁଦ୍ଧା ତ୍ରୀପାଠୀ, ଆଡଭୋକେଟ ସୁଜାତା ମିଶ୍ର, ଡଃ ପୁଷ୍ପା ପାତ୍ର, ଅଳକା ମଞ୍ଜରୀ ଭୂୟାଁ, ବୈଜୟନ୍ତୀମାଲା ପାଲ, ପ୍ରଭାତ ମଞ୍ଜରୀ ଦାସଶର୍ମା, ପ୍ରଣତୀ ପଟ୍ଟନାୟକ, ସୁଧାମୟୀ ଦାସ, ଶ୍ରୁତିମାଇତି, ପ୍ରାର୍ଥନା ଭଞ୍ଜଦେଓ, ପ୍ରାଚୀତା ମହାନ୍ତ, ରଶ୍ମିରେଖା, ଚିନ୍ମୟ ଷଡଙ୍ଗୀ, ହିମାଂଶୁ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

Sunil Chandra Nayak

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଏକାଧିକ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ମୋହର

Leave a Comment

error: Content is protected !!