ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ

ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ ପାଳନ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ 

ନବରଙ୍ଗପୁର:(୨୨.୦୩.୨୦୨୫)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନସ୍ଥ ଘୋଡ଼ାଖୁଣ୍ଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ଘୋଡ଼ାଖୁଣ୍ଟା ତରଫରୁ ବିଦ୍ୟାଳୟ ଅଧୀନସ୍ଥ ଗ୍ରାମ ଓ ପଡା ଗୁଡ଼ିକରେ ଶିକ୍ଷା ସଚେତନତା ପାଇଁ, ଆଗାମୀ ଶିକ୍ଷା ବର୍ଷରେ ବିଦ୍ୟାରମ୍ଭ କରିବାକୁ ମନୋନୀତ ଶିକ୍ଷାର୍ଥୀ ମାନଙ୍କ ଅଭିଭାବକମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଭେଟି ଆଗାମୀ ଅପ୍ରେଲ ୨ ରେ ବିଦ୍ୟାଳୟରେ ହେବାକୁ ସ୍ଥିରୀକୃତ “ପ୍ରବେଶ ଉତ୍ସବ ଏବଂ ଖଡ଼ି ଛୁଆଁ ଦିବସ”ପାଳନ ନିମନ୍ତେ ରାଜ୍ୟ ସରକାରଙ୍କର ନିମନ୍ତ୍ରଣ ପତ୍ର ସହ ଫୁଲତୋଡ଼ା ଏବଂ ଚକଲେଟ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ ଯେ ନୂତନ ଶିକ୍ଷା ନୀତି ପ୍ରଣୟନ କରାଯିବାପରେ ସମଗ୍ର ରାଜ୍ୟରେ ପାଞ୍ଚ ବର୍ଷ ପୂରଣ କରିଥିବା ପିଲାଙ୍କୁ ଶିଶୁ ବାଟିକା ଏବଂ ଛଅ ବର୍ଷ ପୂରଣ କରିଥିବା ପିଲାଙ୍କୁ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ଅଞ୍ଚଳରେ ଯୋଗ୍ୟ ବିବେଚିତ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖା ପାଇଁ ଯଥାକ୍ରମେ ୪୧ ଏବଂ ୧୭ ଜଣ ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରସିଂହ ଭତ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରାଙ୍କ ସହ ଘୋଡ଼ାଖୁଣ୍ଟା ସରପଞ୍ଚ ଲୀଳାଦେଇ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ୱାର୍ଡ ମେମ୍ବର ସିନ୍ଧୁ ଭତ୍ରା, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟର ଏତାଦୃଶ କାର୍ଯ୍ୟର ବେଶ୍ ପ୍ରଶଂସା କରାଯାଇଛି।ଆସନ୍ତୁ ଅପ୍ରେଲ ୨ ତାରିଖ ରେ ପାଳନ କରିବା ନିମନ୍ତେ କୁରୁପା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଳନ ପାଇଁ ଅଭିଭାବକ/ଅଭିଭାବିକା ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ ଅବସରରେ ଉପସ୍ଥିତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା ମହୋଦୟ, ଗ୍ରାମ ର ମୁଖ୍ୟ ଲଲିତ ଭତ୍ରା ମହୋଦୟ , ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମୀନକେତନ ପୂଜାରୀ ମହୋଦୟ, ବିଦ୍ୟାଳୟର ସହକାରୀ ଶିକ୍ଷକ କଲାଧର ପୂଜାରୀ ମହୋଦୟ ଏବଂ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଦାଶ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀ ରେ ୧୨ଜଣ ଛାତ୍ର ଛାତ୍ରୀ ନାମଲେଖା ପାଇଁ ସେମାନଙ୍କ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୁଇ ଦିନ ଧରି ତାଳଗାଁ ରେ ଛଉ ନୃତ୍ୟ… ଛଉ ନୃତ୍ୟକୁ ଜୀବିତ ରଖିବାକୁ ଆହ୍ବାନ ଦେଲେ ବରିଷ୍ଠ ସମାଜସେବୀ ବ୍ୟକ୍ତି

Sunil Chandra Nayak

ବସୁଧା ଯୋଜନାର ଚାରି ଲକ୍ଷ ଟଙ୍କାର ଜିନିଷ ଚୋରୀ 

masiha

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

masiha

Leave a Comment

error: Content is protected !!