ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

ରାଉରକେଲା ସହରର ପାନପୋଷଠାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ ହୋଇଯାଇଛି। କବିତା ହେଉଛି ନିଜ ଅଭିବ୍ୟକ୍ତି ପ୍ରକାଶ କରିବାର ଏକ ସୁନ୍ଦର ସ୍ବରୂପ ତଥା ଆଲୋଚନା ଓ ଶାନ୍ତିର ଏକ ଶକ୍ତିଶାଳୀ ଉତ୍‌ପ୍ରେରକ। ଏହା ଯେପରି ଅନୁଭବ ଓ ଭାବପ୍ରବଣତା ସୃଷ୍ଟି କରିପାରେ ସାହିତ୍ୟର ଅନ୍ୟ କୌଣସି ବିଭାଗ ସେପରି କରିନଥାଏ। ତେଣୁ ପୃଥିବୀର କୋଣ ଅନୁକୋଣରେ କାବ୍ୟିକ ପରିପ୍ରକାଶ ମାଧ୍ୟମରେ ଭାଷାଗତ ବିବିଧତାକୁ ସମର୍ଥନ କରି ବିପଦଗ୍ରସ୍ତ ଭାଷାଗୁଡ଼ିକର ପୁନରୁତ୍‌ଥାନ ଉଦ୍ଦେଶ୍ୟରେ ଏପରି ଦିବସ ପାଳନ କରାଯାଉଛି। କବିଙ୍କୁ ସମ୍ମାନିତ କରିବା, କବିତା ଲେଖା, ପଢ଼ା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ନାଟକ, ନୃତ୍ୟ, ସଂଗୀତ ଓ ଚିତ୍ରକଳାରେ କବିତାକୁ ସମନ୍ବିତ କରିବା ଏବଂ କବିତା ଆନ୍ଦୋଳନକୁ ସୁଦୃଢ଼ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହି ଅବସରରେ ଉଭୟ ପ୍ରାଚୀନ ଓ ଆଧୁନିକ କବିତାଗୁଡ଼ିକୁ ସମ୍ମାନ ପ୍ରଦର୍ଶନ ସହ କବିତା ଆବୃତ୍ତି ପରମ୍ପରାକୁ ଉଜ୍ଜୀବିତ ରଖିବା ଉପରେ ଗୁରୁତ୍ବାରୋପ କରାଯାଉଛି। ଏହି କ୍ରମରେ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ହିନ୍ଦୀ ଏବଂ ଇଂରାଜୀ ସାହିତ୍ୟ ବିଭାଗ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ ପୌରହିତ୍ୟ କରିଥିଲାବେଳେ ବକ୍ତାଭାବେ ଓଡ଼ିଆ ବିଭାଗର ଅଧ୍ୟାପକ ଶୁଭନାଥ ସା ଯୋଗଦେଇଥିଲେ। ଶ୍ରୀ ସେଠୀ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲାବେଳେ ଶ୍ରୀ ଶୁଭନାଥ ସା ସାହିତ୍ୟ ଓ ସମାଜ ପ୍ରତି କବିତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ମହେନ୍ଦ୍ର ମିଶ୍ରଙ୍କ ସମେତ ଅଧ୍ୟାପିକା ଧରିତ୍ରୀ ପାଇକରାୟ ଓ ପ୍ରିୟଙ୍କା କଂସାରୀ ପ୍ରମୁଖ ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ କବିତା ପାଠ କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ବର୍ଗର ଛାତ୍ର ଦୁଷ୍ମନ୍ତ ଦୀପ୍‌, ଅଜୁ ମେହେର ଏବଂ ଛାତ୍ରୀ ଶେତାଲିନା ବେହେରା ଓ କରିସ୍ମା ସୁରିଜୁଲିଆଙ୍କ ସମେତ ଯୁକ୍ତ ଦୁଇ ବର୍ଗର ସୁରେଶ ଓ ସୋନାଲି ପ୍ରମୁଖ ଭିନ୍ନ ଭିନ୍ନ କବିତା ପାଠ କରିଥିଲେ। ସ୍ନାକତୋତ୍ତର ବର୍ଗର ଛାତ୍ରୀ ବିଷ୍ଣୁପ୍ରିୟା ଓ ପୂଜାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁଶମା ମୋଦି, ଇଂରାଜୀ ବିଭାଗର ଅଧ୍ୟାପିକା ଅନିତା ଜୈନ ଓ ହିନ୍ଦୀ ବିଭାଗର ନମିତା ସ୍ୱାଇଁଙ୍କ ସମେତ ଅଧ୍ୟାପିକା ମେରି କାଶ୍ମିରୀ ନାଗ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ। ଏହା ସହିତ ମହାବିଦ୍ୟାଳୟର ଯୁକ୍ତ ଦୁଇ, ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ର ଓ ଛାତ୍ରୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ବାଇକ ଧକ୍କାରେ ଜଣେ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

ମୁକୁନ୍ଦପୁର ରେ ବର୍ଷା, ଲୋକଙ୍କୁ ମିଳିଲା ଥଣ୍ଡା ପବନର ସ୍ୱର୍ଶ

Leave a Comment

error: Content is protected !!