ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କର୍ମଶାଳା

 ମୟୂରଭଞ୍ଜ- ୬/୭ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଜାତଳା ବ୍ଳକ ସ୍ତରୀୟ ଫାଇଲେରିଆ ନିରାକରଣ ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ା ଗୋବିନ୍ଦ ସରେନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ କର୍ମଶାଳାରେ ସମସ୍ତ ମହିଳା ଓ ପୁରୁଷ,ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ,ଆଶା ଦିଦି,ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ,ସିଏଚଓ,ଆୟୁଷ ଡାକ୍ତର ମାନେ ପ୍ରଶିକ୍ଷଣ ନେଇ ଥିଲେ।ଏହି କାର୍ଯ୍ୟକ୍ରମରେ ପିଏଚଇଓ ଜହରଲାଲ ବେହେରା,ବିଡ଼ିଏମ୍ କୋମଲ ଲୋଚନ ରାଣା,ଭିବିଡ଼ିଟିଏସ ନନ୍ଦିଶ୍ବର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ଫାଇଲେରିଆ ରୋଗର ଭୟାବହତା, ରକ୍ଷା ପାଇବାର ଉପାୟ,ନିରାକରଣ ଏବଂ ଔଷଧର ମାତ୍ରା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମାଜରୁ ଫାଇଲେରିଆ ମୁକ୍ତ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରାଯିବା ଉଚିତ । ତାଲିମ ପ୍ରାପ୍ତ ସ୍ବେଛାସେବୀ,ଅଙ୍ଗନବାଡି କର୍ମୀ,ଆଶା ଦିଦି, ସମସ୍ତଙ୍କୁ ଖାଇବା ପରେ ଔଷଧ ଖାଇବାପାଇଁ ସଚେତନତା ବାର୍ତ୍ତା ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ୨ ବର୍ଷରୁ କମ୍ , ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଏହି ଔଷଧ ସେବନ ପାଇଁ ବାରଣ କରିବା ପାଇଁ କୁହାଯାଇଥିଲା ।ଏହି ଔଷଧ ର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ପରିଶେଷରେ ପିଏଚଇଓ ଜହରଲାଲ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

Sunil Chandra Nayak

ସ.ଶି.ବି.ମ ବୋର୍ଡ଼ାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହିଣୀ ବିଭାରାଣୀ

masiha

Leave a Comment

error: Content is protected !!