ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଫାଇଲେରିଆ ଔଷଧ ପ୍ରଦାନକାରୀ ଏବଂ ପରିଦର୍ଶକଙ୍କ ପ୍ରଶିକ୍ଷଣ ଶିବିର 

ମୟୂରଭଞ୍ଜ – ୬/୭ ( ମସିହା)ସମାଜରୁ ଫାଇଲେରିଆ ମୁକ୍ତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ବହୁବିଧ ଯୋଜନା ହାତକୁ ନେଇଛନ୍ତି । ଫାଇଲେରିଆ ଭୟାବହତା କୁ ଦୃଷ୍ଟିରେ ରଖି ସରକାର ସମସ୍ତଙ୍କୁ ମାଗଣାରେ ଔଷଧ ସେବନ ଖାଇବାକୁ ଏବଂ ବଣ୍ଟନ ପାଇଁ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଔଷଧପ୍ରଦାନକାରୀ ଏବଂ ପରିଦର୍ଶକଙ୍କ ପ୍ରଶିକ୍ଷଣ ଶିବିର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ସଭାପତିତ୍ବରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ମହିଳା ଓ ପୁରୁଷ, ସ୍ଵାସ୍ଥ୍ୟ ପରିଦର୍ଶକ, ଅଙ୍ଗନବାଡ଼ି କର୍ମୀ,ଆଶା କରନ୍ତି,ପୁରୁଷ, ମହିଳା ସ୍ବାସ୍ଥ୍ୟକର୍ମୀ,ସିଏଚଓ,ଆୟୂଷ ଡାକ୍ତର ମାନଙ୍କୁ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରପରାମର୍ଶ ଦିଆଯାଇଥିଲା । ସମସ୍ତେ ଘରକୁ ଘର ବୁଲି ଲୋକମାନଙ୍କୁ ଖାଇବା ପରେ ଔଷଧ ଖାଇବାକୁ ପରାମର୍ଶ ଦେବେ ବୋଲି ଆଲୋଚନା ହୋଇଥିଲା ।୨ ବର୍ଷରୁ କମ,ଗର୍ଭବତୀ ମହିଳା,ଗୁରୁତର ରୋଗୀ ଏହି ଔଷଧ ସେବନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା ।ଏହି ଔଷଧରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ।କାର୍ଯ୍ୟକ୍ରମରେ ହସ୍ପିଟାଲ ମୁଖ୍ୟ ପରିଚାଳିକା ଲିପ୍ସା ରାଜନନ୍ଦନୀ ମହାପାତ୍ର,ଏକାଉଣ୍ଟାଣ୍ଟ ବିରଜା ଦାସ,ଭିବିଡିଟିଏସ ଦୀପକ ମହାନ୍ତ, ହିମାଂଶୁ ଶେଖର ମହାନ୍ତ,ରାଜ୍ୟ ସ୍ତରରୁ ଆସିଥିବା ଡାକ୍ତର ଦେବକାନ୍ତ ସନ୍ଦିବିଗ୍ରହ, ଡାକ୍ତର ଅନୁପ ମିଶ୍ର, ଡାକ୍ତର ଅଜିତ ବସ୍ତିଆ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରାଞ୍ଚଳର ୧୫ ଟି ଓ୍ବାର୍ଡର ୮୯ ଜଣ ଡ୍ରଗ ଏଡମିନଷ୍ଟ୍ରେଟର ଏବଂ ୧୧ ଜଣ ସୁପରଭାଇଜର ଉପସ୍ଥିତ ରହି ପ୍ରଶିକ୍ଷିତ ହୋଇଥିଲେ ।ଶେଷରେ ହସ୍ପିଟାଲ ମେନେଜର ଲିପ୍ସା ସମସ୍ତଙ୍କୁ ‌ଧନ୍ଯଵାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜନ ମଂଗଳର ଅନୁରୋଧ କ୍ରମେ ଐରା ପକ୍ଷରୁ ଭିନ୍ନକ୍ଷମ ମାନଂକୁ ହୁଇଲି ଚେୟାର ଓ କୃତ୍ରିମ ଅଂଗ ଆଦି ପ୍ରଦାନ 

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ନିଯୁକ୍ତି ( କନିଷ୍ଠ ସହାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ) ପଦବୀ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ପୋଖରୀରେ ବୁଡି ୯ ବର୍ଷର ଶିଶୁ ମୃତ

Sunil Chandra Nayak

Leave a Comment

error: Content is protected !!