ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

ରାଉରକେଲା: ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍ ଆଇ ଟି କ୍ୟାମ୍ପସ ର ୩୭ ତମ ଦ୍ବିଦିବସୀୟ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ଲଙ୍ଗ ଜମ୍ପ,ହାଇ ଜମ୍ପ, ସଟଫୁଟ, ଡିସକସ,ମ୍ୟୁଜିକ ଚେୟାର,ଫ୍ୟାନ୍ସି ଡ୍ରେସ୍ ଇତ୍ୟାଦି ବିଭିନ୍ନ ବର୍ଗରେ ୧୮ ଟି ପ୍ରତିଯୋଗିତା କରାଯାଇଥିଲା। ପ୍ରାରମ୍ଭିକ ଉତ୍ସବ ରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ କ୍ରୀଡ଼ା ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବରେ ରାଉରକେଲା କଲେଜର ଅଧ୍ୟକ୍ଷ ଡଃ ରବିନ୍ଦ୍ର କୁମାର ଜେନା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରିଵଚନ ପ୍ରଦାନ କରିଥଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ନିଖିଳ କଳାକାର ପ୍ରଧାନ ଯୋଗଦେଇଥିଲେ। ମଞ୍ଚ ପରିଚାଳନା ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ଦାଶ କରିଥିଲେ । ଦ୍ବିତୀୟ ଦିବସରେ ଏସବିଆଇ, ଏନ୍ ଆଇ ଟି ବ୍ରାଞ୍ଚ ର ସଦାଶିବ ସାହୁ ଓ ଝରଣା ପାତ୍ର ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟଵକ୍ତା ଭାବରେ ଯୋଗଦେଇ ଖେଳର ଗୁରୁତ୍ୱ ଉପରେ ଵକ୍ତଵ୍ୟ ପ୍ରଦାନ କରିଥଲେ।ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଉଦଯାପନୀ ଉତ୍ସବ ରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଉତ୍ସବ ରେ ସୁଜାତା ତ୍ରିପାଠୀ,ଅଜୟ ରାଉତ,ଛଵିରାଣୀ ପ୍ରଧାନ, ସରୋଜ କୁମାର ଜେନା, ପ୍ରମିଳା ଡୁଙ୍ଗ ତୁଙ୍ଗ,ମିନତୀ ଖମାରୀ, ହରିଶଙ୍କର କାମିଲା, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ,ମମତା ସେନାପତି, ସୁଜାତା ମିଶ୍ର, ଜତିନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ବାର୍ଷିକ ବିବରଣୀ ତଥା କ୍ରୀଡା ର ଆଭିମୁଖ୍ୟ ଓ ଉପକାରିତା ଉଦ୍ଦେଶ୍ୟରେ ଵକ୍ତଵ୍ୟ ପ୍ରଦାନ କରିଥିଲେ। ୫ ଟି ବିଦ୍ୟାଳୟ ର ଏନସିସି,ସ୍କାଉଟ,ଜେଆରସି ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ସସମ୍ମାନେ ସ୍ବାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁରେଖା ନାୟକ , ସାବିତ୍ରୀ ଦେଵୀ,ଵନିତା ଦେଵୀ, ପ୍ରତିମା ଦେଵୀ ଉପସ୍ଥିତ ଥିଲେ । ଉଭୟ ଦିନର କାର୍ଯ୍ୟକ୍ରମ ପରିଶେଷରେ ଛବି ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

60th All India Railway Ball Badminton Championship Concludes at Waltair

Sunil Chandra Nayak

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

Sunil Chandra Nayak

ଡାଲଗୁମା ଠାରେ ଲଟିଆ ମାଝୀ ସ୍ମାରକୀ  ଫୁଟବଲ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!