ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ 

 ମୟୂରଭଞ୍ଜ -୧୮/୧୦ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଜମିବାଡ଼ି ମାମଲା ନେଇ ଖଣ୍ଡାରେ ଖୁଡିକୁ ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ପୁତୁରାକୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ୧୬/୩/୨୦୧୯ତାରିଖଦିନ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଅପରାହ୍ନରେ ପୁତୁରା ଧ୍ରୁବ କାଳନ୍ଦୀ (୪୫) ଖୁଡିଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲା ।ଧ୍ରୁବ କାଳନ୍ଦୀ ରାଗ ଓ କ୍ରୋଧ ସମ୍ଭାଳି ନପାରି ଘରୁ ଏକ ଧାରୁଆ ଖଣ୍ଡା ଆଣି ଖୁଡି ରାଇମଣି କାଳନ୍ଦୀ (୬୫)ଙ୍କ ମଥାରେ ଛୋଟ ମାରିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇମଣି ଟଳି ପଡ଼ିଥିଲା । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଏହାକୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ପୋଲିସ କେଶ ମାମଲା ୧୬/୨୩ ରୁଜୁ କରି ତଦନ୍ତ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସର ତଦନ୍ତ ରିପୋର୍ଟ ପାରିପାର୍ଶ୍ବିକ ଘଟଣା ଏବଂ ୧୮ ଜଣ ସାକ୍ଷୀଙ୍କ ବୟାନ ଭିତ୍ତିକରି ଧ୍ରୁବ କାଳନ୍ଦୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ଏପିପି ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

masiha

ଵିଜାତଳା ହାଟ ନିକଟରେ ଵେଆଇନ ଗୋମାଂସ ନେଉଥିବା ଗୋମାଫିଆକୁ ମାଡ଼ି ବସିଲା ପୋଲିସ; ୭୦ କେଜି ଗୋମାଂସ ଜବତ ସହ ବାଇକ୍ ଜଵତ

Sunil Chandra Nayak

କୋଇଡା ଓଏମଏମ କେମ୍ପରୁ କେମ୍ପର( ମିନି ଟ୍ରକ) ଚୋରୀ ,୧୫ ଦିନ ହେଲା ଥାନାରେ ଅଭିଯୋଗ, ଗାଡ଼ିର ଠାବ ନ ମିଳିବା ନେଇ ମାଲିକ ହତାଶ୍

masiha

Leave a Comment

error: Content is protected !!