ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମନ୍ଦିର ମାଳା ମିଶନରେ ଯୋଡ଼ିହେବ ଉତ୍ତରାଖଣ୍ଡର ଅବହେଳିତ ଜଗନ୍ନାଥ ମନ୍ଦିର

ବଦଳିବ ଉତ୍ତରାଖଣ୍ଡ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରର କଳେବର। ଉତ୍ତରାଖଣ୍ଡ ଭଳି ପର୍ଯ୍ୟଟନ ସମୃଦ୍ଧ ସହରରେ ଆଉ ଅପୂଜା ରହିବେ ନାହିଁ ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ। ଶ୍ରୀକାଶୀ ବିଶ୍ବନାଥ ମନ୍ଦିରଠାରୁ ମାତ୍ର ୬କିମି ଦୂରରେ ଦୟନୀୟ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିରକୁ ଅଭିନେତା ସବ୍ୟସାଚୀ ମିଶ୍ର ଓ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଲୋକଲୋଚନକୁ ଆଣିବା ପରେ ଏହାର ଚିତ୍ରପଟ ବଦଳିବାକୁ ଯାଉଛି। ଉତ୍ତରାଖଣ୍ଡରେ ପର୍ଯ୍ୟଟନ ସ୍ଥଳ ଉନ୍ନତୀକରଣ ପାଇଁ ଚାଲିଥିବା ‘ମନ୍ଦିର ମାଳା ମିସନ’ରେ ଯୋଡ଼ି ହେବ ସାଲ୍ଡ ଗ୍ରାମରେ ଥିବା ଏହି ଭବ୍ୟ ଜଗନ୍ନାଥ ମନ୍ଦିର। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାର୍ମି ନିଜେ ଏହି ଘୋଷଣା କରିଛନ୍ତି। ଗତ ଜୁନ ମାସ ୨୫ ତାରିଖରେ ଅଭିନେତା ସବ୍ୟସାଚୀ ମିଶ୍ର ନିଜେ ଏ ଖବର ସୋସିଆଲ ମିଡିଆରେ ପ୍ରଚାର କରିବା ସହ ଗଣମାଧ୍ୟମ ସମ୍ମିଳନୀରେ ଉତ୍ତରାଖଣ୍ଡରେ ଶ୍ରୀଜଗନ୍ନାଥ ମନ୍ଦିରର ଦୟନୀୟ ଚିତ୍ର ସାମ୍ନାକୁ ଆଣିଥିଲେ। ଓଡ଼ିଆଙ୍କ ଭାବାବେଗକୁ ଏହା କୁଠାରାଘାତ କରୁଥିବାରୁ ବହୁ ଓଡ଼ିଆ ସବ୍ୟସାଚୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ସମ୍ପର୍କରେ ସବ୍ୟସାଚୀଙ୍କୁ ଯୋଗାଯୋଗ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗସୂତ ପାଇଁ ବ୍ୟବସ୍ଥା କରିଥିଲେ। ସେହିଭଳି ବିଜେପି ନେତା ସମ୍ବିତ ପାତ୍ର ମଧ୍ୟ ଏ ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଥିବା କହିଛନ୍ତି । ଏସବୁକୁ ଧରି ଆଜି ଆଭାସୀ ମାଧ୍ୟମରେ ଏକ ବୈଠକ ଡକାଇ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଆଭାସୀ ବୈଠକରେ ଜନାର୍ଦ୍ଦନ ପାଟ୍ଟଯୋଶୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମହାପାତ୍ର ନିଜର ଅଭିଜ୍ଞତା ଓ ଅନୁଭବ ବର୍ଣ୍ଣନା କରିଥିଲେ। ନିଜ ଝିଅକୁ ଉତ୍ତରାଖଣ୍ଡରେ ନାମଲେଖା ପାଇଁ ଯାଇଥିବା ବେଳେ ସେଠାରେ ଜଗନ୍ନାଥ ମନ୍ଦିର ଅନ୍ଵେଷଣ କରି ସାଲ୍ଡ ଗ୍ରାମରେ ପହଞ୍ଚିବା ପରେ ତାଙ୍କର ଅନୁଭବ ବର୍ଣ୍ଣନା କରିଥିଲେ | ଅଭିନେତା ସବ୍ୟ ସାଚୀ ମିଶ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଧାର୍ମିଙ୍କୁ କହିଥିଲେ, ଏହା ଏକ ଉନ୍ନତ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି। ସେଠାରେ ମହାପ୍ରଭୁଙ୍କ ସହ ସ୍ଥାନୀୟ ଗ୍ରାମବାସୀଙ୍କ ଭାବାବେଗ ଯୋଡ଼ି ହୋଇରହିଛି ସ୍ଥାନୀୟ ୫ଟି ଗ୍ରାମର ବାସିନ୍ଦାମାନଙ୍କର ଶ୍ରୀଜଗନ୍ନାଥ ଇଷ୍ଟ ଦେବ ହୋଇଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।ଶ୍ରୀଜଗନ୍ନାଥ ସେଠାରେ ସପ୍ତାହକୁ ୪ ଦିନ ଅପୂଜା ରହିବା ଓ ଓପାସରେ ରହିବା କଥା ଜଣାଇଥିଲେ ।ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଧାମିଙ୍କ ବକ୍ତବ୍ୟ ଗଣମାଧ୍ୟମକୁ ଜାରି କରାଯାଇଛି। ଏଠାରେ ସେ କହିଛନ୍ତି,ମନ୍ଦିର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଶୁଣିବା ପରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଛୁ । କେବଳ ଓଡ଼ିଶାରେ ନୁହେଁ, ବରଂ ଉତ୍ତରାଖଣ୍ଡରେ ବି ବହୁତ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ତେଣୁ ମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ହାସଲ କରିଛୁ। ବୋଧହୁଏ ଜଗନ୍ନାଥଙ୍କର ଇଚ୍ଛା ହେବାରୁ ଏହା ଆପଣମାନଙ୍କ ଜରିଆରେ ଆମର ଦୃଷ୍ଟିକୁ ଆସିଛି।ତେଣୁ ଧାର୍ମିକ ସ୍ଥାନଗୁଡ଼ିକର ଉନ୍ନତୀ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ‘ମନ୍ଦିର ମାଳା ମିସନ’ରେ ଆରମ୍ଭ ହୋଇଥିବାରୁ ଆମେ ଏହିଜଗନ୍ନାଥ ମନ୍ଦିରକୁ ମଧ୍ୟ ସେଇ ମନ୍ଦିର ମାଳା ମିସନରେ ଯୋଡ଼ିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ଉତ୍ତରକାଶୀ ସ୍ଥିତ ସାଲଡ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଙ୍କ ସହ ଆଲୋଚନା କରିଥିଲେ।  

ଅନୁରୋଧ ରକ୍ଷା କରି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସୁଚାରୁରୂପେ କରିବା ତଥା ମନ୍ଦିର ସୌନ୍ଦର୍ଯ୍ୟକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ପୁଷ୍କର ସିଂ ଧାମିଙ୍କୁ ଧନ୍ୟବାଦ । ଓଡ଼ିଆ ଲୋକଙ୍କର ଆଗ୍ରହ ଏବଂ ମହାପ୍ରଭୁଙ୍କ ଇଚ୍ଛା କାରଣରୁ ଏହା ସମ୍ଭବ ହୋଇପାରିଛି ।

ଉତ୍ତରାକାଶୀରେ ଥିବା ଏହି ଜଗନ୍ନାଥ ଧାମ ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ମଜଭୂତ୍ କରିବା ସହ ଏକ ଭାରତ, ଶ୍ରେଷ୍ଠ ଭାରତର ପ୍ରତୀକ ହେବ । ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିବାରୁ ଶ୍ରୀମନ୍ଦିରର ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ସାଧୁବାଦ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

ମା’ ବୁଢୀ ଠାକୁରାଣୀଙ୍କ ସପ୍ତଦିନ ବ୍ୟାପି ଚଣ୍ଡୀଯଜ୍ଞ ଆରମ୍ଭ 

Sunil Chandra Nayak

ମାଁ ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!