ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଓ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

ଥୁଆମୂଳ ରାମପୁର: ୨୦/୦୬ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସହରମହୋକୁମା ଠାରେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ଭାବରେ ଶେଷ ହୋଇଥିଲା। ମଙ୍ଗବାର ଘୋଷଯାତ୍ରା ପାଇଁ ଘଣ୍ଟ ଶଙ୍ଖ ସଂକିତ୍ତନ, ହୁଳହୁଳି ଘଣ୍ଟ ତାଳ ଶବ୍ଦ ସହକାରେ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତଙ୍କ ଗହଣରେ ରଥାରୂଢରେ ମାଉସୀ ମାଁ ଘର ଗଲେ ଚତୁର୍ଦ୍ଧା ମୂରତୀ। ଚଳିତ ବର୍ଷ ପାଗ ଟିକେ ଖରାପ ଥିବା ଯୋଗୁଁ ଭକ୍ତଙ୍କ ସମାଗମ ଟିକିଏ କମ୍ ହୋଇଥିବା ଦେଖିବାକୁ ମିଳିଥିଲା l ଥୁଆମୂଳ ରାମପୁର ବ୍ଲକ ସଦରମହୋକୁମା ସମେତ ବ୍ଲକର ଅନ୍ଯାନ୍ଯ ସ୍ଥାନରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଥିଲା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ତିନି ଠାକୁର ରଥାରୂଢ ହୋଇଥିଲେ। ପରେ ଭରତ ଦଣ୍ଡସେନାଙ୍କ ଦ୍ଵାରା ଛେରାପହଁରା କାର୍ଯ୍ଯ ତୂଲାଇବା ପରେ ଘଣ୍ଟ ଶଙ୍ଖ ଓ ସଂକିତ୍ତନ ହୁଳହୁଳି ଶଦ୍ଦ ସହ ଭକ୍ତଙ୍କ ମେଳରେ ରଥଟଣା ଆରମ୍ଭ କରାଯାଇଥିଲା | ଜୟ ଜଗନାଥ ଧ୍ବନିରେ ଭକ୍ତିମୟ ପରିବେଶ ଭାବନାରେ ଥୁଆମୂଳ ରାମପୁର ସହର ପ୍ରକମ୍ପିତ ହୋଇ ଉଠିଥିବା ବେଳେ ରଥ ଟଣାରେ ଥୁଆମୂଳ ରାମପୁର ବ୍ଲକର ଅନେକ ଭକ୍ତ ସାମିଲ ହୋଇ ରଥ ଟାଣିଥିଲେ। ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖୁବାକୁ ମିଳିଥିଲା। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ରକ୍ଷା ଓ ସହଯୋଗ ନେଇ ଅଗ୍ନିଶମ ବିଭାଗ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଭାବରେ ବ୍ୟବସ୍ଥା ମାନ କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ ରିପୋର୍ଟ

Related posts

ମା ମଙ୍ଗଳାଙ୍କ ପୀଠରେ ବିଶେଷ ପୂଜାର୍ଚ୍ଚନା

masiha

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ସେବାକାରୀ କିନ୍ନର ସଂଘର ସାବିତ୍ରୀ ବ୍ରତ

Leave a Comment

error: Content is protected !!