ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

କୋକସରା,୨୦/୦୬ // ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ସାମ୍ବିଧାନିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ସୋମବାର ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଓଷ୍ଟା ସଙ୍ଘର ସଭାପତି ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଙ୍ଘର ସଭାପତି ମନୋରଞ୍ଜନ ପାଣିଗ୍ରାହୀ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ସନ୍ତୋଷ କୁମାର ରଥ, ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ନାଏକ, କୋକସରା ନୋଡାଲ ହାଇସ୍କଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଓଷ୍ଟା ସଙ୍ଘ ବ୍ଲକ ସମ୍ପାଦକ ସାମନ୍ତ ପାଟ୍ଟଯୋଷୀ, କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟ ନାରାୟଣ ଠାକୁର ଉପସ୍ଥିତ ରହି ସଙ୍ଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିବା ସହ ବ୍ଲକ ନୂତନ କର୍ମକର୍ତ୍ତା ଚୟନକୁ ନେଇ ଆଲୋଚନା କରିଥିଲେ। ବ୍ଲକ ଓଷ୍ଟା ସଙ୍ଘର ନୂତନ କର୍ମକର୍ତ୍ତା ସର୍ଵ ସମ୍ମତ୍ତି କ୍ରମେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଶିକ୍ଷକ ଚିତ୍ତରଞ୍ଜନ ଠାକୁର, ଧୀରେନ୍ଦ୍ର କୁମାର ପଣ୍ଡା, ସଙ୍ଘ ବ୍ଲକ ସଭାପତି ସୁଧୀର କୁମାର ପଣ୍ଡା, ଉପ ସଭାପତି ତ୍ରିଦଶ ନାଏକ, ଗାୟତ୍ରୀ ଷଡ଼ଙ୍ଗୀ, ବ୍ଲକ ସମ୍ପାଦକ ସାମନ୍ତ କୁମାର ପାଟ୍ଟଯୋଷୀ, ସହ ସମ୍ପାଦକ ମଳୟ କୁମାର ବାଗ, ମହିଳା ସହ ସମ୍ପାଦିକା ନିଳିମା ନାଏକ, ରାଜ୍ୟ ପରିଷଦ ସଭ୍ୟ ଭାବେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ଲକ୍ଷ୍ମୀଧର ସେନାପତି, ମୃତୁଞ୍ଜୟ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଵିଭୂଦେନ୍ଦ୍ର ପଣ୍ଡା, ଦୀପ୍ତି ରଞ୍ଜନ ଠାକୁର, ବୁଦ୍ଧିରାମ ନାଏକଙ୍କୁ ଚୟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଲଡୁଗାଁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୁଦ୍ଧିରାମ ନାଏକ ପରିଚାଳନା କରିଥିବା ବେଳେ ଓଷ୍ଟା ସଙ୍ଘ ସହ ଜଡିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

masiha

ଟିପିଏସ୍ଓଡିଏଲ୍ ତରଫରୁ ଛାତ୍ରବୃତ୍ତି ଏବଂ ଦକ୍ଷତା ବିକାଶ ମାଧ୍ୟମରେ ମହିଳା ସଶକ୍ତିକରଣ ଦିଗରେ ଅଭିନବ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!