ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ କୈଳାସ ମହାନ୍ତି ହେଲେ ରାଜନଗର ବ୍ଲକ ବିଜେଡି ମୁଖପାତ୍ର 

ସମାଜ ସେବୀ କୈଳାସ ମହାନ୍ତି ହେଲେ ରାଜନଗର ବ୍ଲକ ବିଜେଡି ମୁଖପାତ୍ର 

କେନ୍ଦ୍ରାପଡ଼ା :-ରାଜନଗର,: ରାଜନଗର ବ୍ଲକ ବିଜୁ ଜନତା ଦଳ ଦଳର ମୁଖପାତ୍ର ଭାବେ ବରିଷ୍ଠ ନେତା କୈଳାସ ଚନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ଇଛି। ଆଜି ରାଜନଗର ସ୍ଥିତ ବ୍ଲକ ବିଜେଡି କାର୍ଯ୍ୟାଳୟରେ ଦଳର ବ୍ଲକ୍‌ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଇ ବୈଠକ ରେ ଶ୍ରୀ ମହାନ୍ତିଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ବ୍ଳକ ବିଜେଡିସଭାପତି ନିରଂଜନ ରାଉତ ପ୍ରେସ ବିବୃତ୍ତରେ ଜଣାଇଛନ୍ତି । ବ୍ଳକ ବିଜେଡି ସଭାପତି ଶ୍ରୀ ନିରଞ୍ଜନ ରାଉତଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ‘ଆତ୍ମା’ରଅଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଅରୁଣ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ ନାୟକ, ବ୍ଳକ ବିଜେଡି ସାଧାରଣ ସଂପାଦକ ନରହରି ଜେନା, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଂପାଦକ ବୈବର୍ତ ବିଶ୍ଵାଳ, ଯୁବ ଯୁବ ବିଜେଡି ସଭାପତି ଆର୍ତବନ୍ଧୁ ମହାନ୍ତି, ସମିତିସଭ୍ୟ ସଂଜୟ କୁମାର ସ୍ବାଇଁ, ବିଜେଡି ନେତା ସର୍ବେଶ୍ୱର ମହାନ୍ତି, ସରୋଜ କୁମାର ରାଉତ,ପ୍ରଭାତ କୁମାର ପ୍ରଧାନ, ମହିଷାସୁର ଗ୍ରାମ ପଂଚାୟତ ର ସରପଂଚ ଅଶୋକ କୁମାର ମହାନ୍ତି,ଧର୍ମାନନ୍ଦ ପରିଡା, ରମଣୀ ରଂଜନ ମହାପାତ୍ର, ସୁରଜ ପୁହାଣ, ରଂଜନ ଜେନା ପ୍ରମୁଖ ନୂତନ ମୁଖପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ବିଧାୟକ ଧ୍ରୁବ ସାହୁଙ୍କୁ ସମାଜ ସେବୀ ଶ୍ରୀ କୈଳାଶ ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ପଶ୍ଚିମ ମୟୁରଭଞ୍ଜ ଠିକାଦାର ସଂଘ ପକ୍ଷରୁ ବିଧାୟକଙ୍କ ସହ ବୈଠକ 

Sunil Chandra Nayak

ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର 

Sunil Chandra Nayak

ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!