ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,  ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

ରୂପସାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ,

 ଯଜ୍ଞ, ଭଜନ, ବୃକ୍ଷରୋପଣ ଓ ଦୀପ ଦାନରେ ନବବର୍ଷକୁ ସ୍ବାଗତ

ବସ୍ତା,10/4 ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ରୂପସା ଥାନା ଅନ୍ତର୍ଗତ ଦୟାନନ୍ଦ ଗୁରୁକୁଳ ଶିକ୍ଷାଶ୍ରମ, ଅଗ୍ନିହୋତ୍ର ପରିବାର ଓ ଷ୍ଟାର କ୍ଲବ ଆନୁକୂଲ୍ୟରେ ପୋଡାଡିହାସ୍ଥିତ ଆମ ଗାଁ ନର୍ସରୀ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ନବବର୍ଷ ପାଳିତ ମହାସମାରୋହରେ ହୋଇଯାଇଛି l ଶିକ୍ଷାଶ୍ରମର ପ୍ରତିଷ୍ଠାତା ସୁରେଶ ଚନ୍ଦ୍ର ପାଣି ଙ୍କ ପୌରାହିତ୍ୟରେ ବିଶ୍ୱକଲ୍ୟାଣ ଯଜ୍ଞ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ନୀଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତପନ କୁମାର ବେହେରା, ମୁଖ୍ୟ ବକ୍ତା ରୂପସା ଥାନାଧିକାରୀ ସଚ୍ଚିଦାନନ୍ଦ ଗିରି ଯୋଗ ଦେଇ ଚୈତ୍ର ଶୁକ୍ଳ ପ୍ରତିପଦାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ଲାଭ କରିଥିବାରୁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ଦିବସରେ ରାଷ୍ଟ୍ରୀୟ ନବବର୍ଷ ପାଳନ ଦ୍ୱାରା ସମଗ୍ର ଦେଶ ଓ ଦେଶବାସୀଙ୍କ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିଥାଏ ବୋଲି ବକ୍ତବ୍ୟରେ କହିଥିଲେ l ସମ୍ମାନିତ ଅତିଥି ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା ଓ ଗୌରାଙ୍ଗ ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ପର୍ଶୁରାମ ବେହେରା ଓ ଅନନ୍ତ କୁମାର ସାହୁ, ମହୋତ୍ସବ କମିଟି ଉପଦେଷ୍ଟା ଜଗଦୀଶ ପଟ୍ଟନାୟକ, ପୂର୍ବତନ ଟେଲିସେବା ଅଧିକାରୀ ସୁଧାକର ଗିରି, ସମାଜସେବୀ ତପନ କୁମାର ଗିରି ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରୀୟ ନବବର୍ଷ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ l ଅଗ୍ନିହୋତ୍ର ପରିବାରର ଆବାହକ ବାଞ୍ଛାନିଧି ଦେ ମଞ୍ଚ ସଂଯୋଜନା କରିଥିଲେ l ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା 108 ଘିଅ ଦୀପ ପ୍ରଜ୍ବଳନ କରାଯାଇ ବିଶ୍ୱବାସୀଙ୍କ କଲ୍ୟାଣ କାମନା କରାଯାଇଥିଲା l ସନ୍ଧ୍ୟାରେ ସଂଗୀତଗୁରୁ ଅର୍ଜୁନ କୁମାର ଦଳାଇଙ୍କ ତତ୍ତ୍ୱାବଧାନରେ କଣ୍ଠଶିଳ୍ପୀ ଦୀପ୍ତରାଗ, ଅର୍ଚ୍ଚିସ୍ମିତା ଓ ରୁଚିସ୍ମିତାଙ୍କ ଦ୍ୱାରା ବୈଦିକ, ଆଧ୍ୟାତ୍ମିକ ଭଜନ ପରିବେଷଣ ହୋଇଥିଲା l ଷ୍ଟାର କ୍ଲବ ସଭାପତି ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକର୍ତ୍ତା ଚନ୍ଦନ ଜେନା, ଦୀପକ ସାମଲ, ଅର୍ଚ୍ଚନା ବେହେରା,ଝିଲ୍ଲୀ ବେହେରା,ଶଶିକାନ୍ତ ବେହେରା, ପ୍ରତାପ ବେହେରା, ଶ୍ରୀଧର ବୁଗୁଡ଼ି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

masiha

କାମାକ୍ଷାନଗର ସହରର ସର୍ଵପୁରାତନ ୧୫୦ ଵର୍ଷ ତଳର କୂଅ ପୁନରୁଦ୍ଧାର 

Sunil Chandra Nayak

Leave a Comment

error: Content is protected !!