ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଶିଂସାରିରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଡାବୁଗାଁ, ୧୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ପକ୍ଷରୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଡାବୁଗାଁ ଥାନା ଅଧୀନ ଶିଂସାରି ଫାଣ୍ଡି ର ଶିଂସାରି ଓ ତୋରେଙ୍ଗା ଗ୍ରାମରେ ବୁଧବାର ଅପରାହ୍ନରେ ଫ୍ଲାଗମାର୍ଚ୍ଚ କରାଯାଇଛି | ଏଥିରେ ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ, ଶିଂସାରି ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ ଓ ସିଆରପିଏଫ ବାହିନୀ ଯୋଗ ଦେଇଥିଲେ | ଡାବୁଗାଁ ଥାନା ର ୨ ଟି ପଞ୍ଚାୟତ ପଡୋଶୀ ଛତିଶଗଡ ରାଜ୍ୟ ର ସୀମାକୁ ଲାଗିଛି | ଏଣୁ ସୀମାନ୍ତ ବର୍ତ୍ତୀ ଗ୍ରାମ ଗୁଡିକରେ ଶାନ୍ତିପୂର୍ଣ୍ଣ ନିର୍ବାଚନ କରାଇବାପାଇଁ ପୋଲିସ ର ଏହି ସବୁ ପ୍ରୟାସ ଜାରି ରହିବ ବୋଲି ଡାବୁଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରେବତୀ ଚିକତ୍ସା ରେ ବାଧକ ଅର୍ଥ : ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ବଞ୍ଚିତ

Sunil Chandra Nayak

ରାୟଗଡ଼ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ସୁବିଧାର ଶୁଭାରମ୍ଭ

masiha

ପେଟ୍ରୋଲ ମୂଲ୍ୟ ବୃଦ୍ଧି ୩ ଟଙ୍କା ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍

Leave a Comment

error: Content is protected !!