ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

ବସ୍ତା,10/04 : ରୂପସା ଥାନା ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକସ୍ଥିତ ହୋଟେଲ ମା’ ନିକଟରେ ଏକ ଆମ୍ବ ବୋଝେଇ ଆଇଚର ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ଫଳରେ ଚାଳକ ଜଣକ କେବିନ ଭିତରେ ଚାପି ହୋଇ ଗୁରୁତର ହୋଇଥିବା ବେଳେ ଖଲାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବ ବୋଝେଇ ଆଇଚର ଟ୍ରକ ଆନ୍ଧ୍ରପ୍ରଦେଶ ରୁ ବାହାରି କଲିକତା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ହୋଟେଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ଫଳରେ ଚାଳକ ଜଣକ କେବିନ ଭିତରେ ଚାପି ହୋଇ ଗୁରୁତର ହୋଇଥିବା ବେଳେ ଖଲାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଖବର ପାଇ ବସ୍ତା ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରତାପ ପାଳ ସଦଳବଳେ ପହଞ୍ଚି ହାଇଡ଼୍ରୋଲିକ କଟର ମେସିନ ସହାୟତାରେ କାଟି କ୍ୟାବିନରୁ ଚାଳକକୁ ଉଦ୍ଧାର କରିଥିଲେ।ଚାଳକ ଜଣଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଜାତୀୟ ରାଜପଥ ପହରା ପୁଲିସ ସମେତ ରୂପସା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଶ୍ୱନାଥପୁର ସିଏଚସିରୁ ବାଇକରେ ଶବ ବୁହା ହେବା ଘଟଣା  -ଶବବାହକ ଗାଡ଼ି ପାଇଁ ଦାବି କଲା ସାମ୍ବାଦିକ ସମୁହ  -ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧାରଣା 

masiha

ବେଦାନ୍ତ ଆଲୁମିନା ପ୍ରକଳ୍ପ ରେ ରେଡ଼ମଡ଼ ପଣ୍ଡ ଭୁଶୁଡ଼ି କ୍ଷତି ହୋଇ ଥିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ ଦାବିରେ କଳାହାଣ୍ଡି ଇଣ୍ଡିଭିଜୁଆଲ ସତ୍ୟଗ୍ରହ ତତଫରୁ ଉଦ୍ୟୋଗ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ପ୍ରଦାନ

masiha

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ବର୍ଣ୍ଣାଢ଼୍ୟ ଶହୀଦ ବୀର ବାଜିରାଉତଙ୍କ ଶତବାର୍ଷିକୀ ଜୟନ୍ତୀ ସମାରୋହ -୨୦୨୬ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!