ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

ବସ୍ତା,10/04 : ରୂପସା ଥାନା ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକସ୍ଥିତ ହୋଟେଲ ମା’ ନିକଟରେ ଏକ ଆମ୍ବ ବୋଝେଇ ଆଇଚର ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ଫଳରେ ଚାଳକ ଜଣକ କେବିନ ଭିତରେ ଚାପି ହୋଇ ଗୁରୁତର ହୋଇଥିବା ବେଳେ ଖଲାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବ ବୋଝେଇ ଆଇଚର ଟ୍ରକ ଆନ୍ଧ୍ରପ୍ରଦେଶ ରୁ ବାହାରି କଲିକତା ଅଭିମୁଖେ ଯାଉଥିବା ସମୟରେ ଉକ୍ତ ହୋଟେଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଖସିଯିବା ଫଳରେ ଚାଳକ ଜଣକ କେବିନ ଭିତରେ ଚାପି ହୋଇ ଗୁରୁତର ହୋଇଥିବା ବେଳେ ଖଲାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।ଖବର ପାଇ ବସ୍ତା ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରତାପ ପାଳ ସଦଳବଳେ ପହଞ୍ଚି ହାଇଡ଼୍ରୋଲିକ କଟର ମେସିନ ସହାୟତାରେ କାଟି କ୍ୟାବିନରୁ ଚାଳକକୁ ଉଦ୍ଧାର କରିଥିଲେ।ଚାଳକ ଜଣଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଜାତୀୟ ରାଜପଥ ପହରା ପୁଲିସ ସମେତ ରୂପସା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କୁଡୁମୀ ସଂପ୍ରଦାୟ କୁ ଆଦିବାସୀ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ କୁଡୁମୀ ସେନା, ଓଡ଼ିଶା ପକ୍ଷରୁ ୫୨ ଫର୍ଦ୍ଦୀୟ ଲିଖିତ ଦାବିପତ୍ର

masiha

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

masiha

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!