ବୌଦ୍ଧ – 11/08 – ଆଜି ଜବାହାର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ବାଡତ୍ୟା ଙ୍କ ପ୍ରଯୋଜନାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FLN)କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଓ ପଲଶାଗୋରା କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଠାରେ ଗଦ୍ୟ ପଠନ ଓ ପଦ୍ୟ ଆବୃତ୍ତି ମାଧ୍ୟମ ରେ ମୌଳିକ ସାକ୍ଷରତା ଜ୍ଞାନ ପ୍ରତି ସଚେତନତା ସମ୍ପର୍କିତ କର୍ମଶାଳା ରେ ଉପସ୍ଥିତ ରହି ଶ୍ରୀ ଦିଲ୍ଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟ ରେ ଅକ୍ଷର ଜ୍ଞାନ ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲାମାନକୁ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅଧିକ ରୁ ଅଧିକ ଆବେଦନ କରିବା ପାଇଁ ସଚେତନ କରାଇଥିଲେ । ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ପଠନ ,ଆବୃତ୍ତି ଓ ଲିଖନରେ ଆୟୋଜିତ ପଦ୍ୟ ଆବୃତ୍ତି ଓ ଗଦ୍ୟ ପଠନ ପ୍ରତିଯୋଗୀତା ରେ ପଲଶାଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିବାୟ ପାଣ୍ଡେ ,ଚନ୍ଦନ କମ୍ପ,ଶୁଭମ ଦରୁଆନ ଏବଂ ପଦ୍ୟ ଆବୃତ୍ତି ରେ ପ୍ରିୟଙ୍କା ପ୍ରଧାନ , ସୋନାକ୍ଷୀ ମିଶ୍ର ,ଆଦ୍ୟାଶା ଭୋକ୍ତା ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମନମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ଜଳେଶ୍ଵର ମେହେର , ପୁନମ ବାରିକ, ସୃତି ନାୟକ ପଦ୍ୟ ଆବୃତ୍ତି ରେ ଦକ୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ପ୍ରଶଂସା ପତ୍ର ବିତରଣ କରାଯାଇଥିଲା ।ମନମୁଣ୍ଡା CRCC ଶ୍ରୀମତୀ ପ୍ରଜିଣା ପାଢୀ ଓ ପଲଶାଗୋରା CRCC ଶ୍ରୀ ହୃଦାନନ୍ଦ ଦନ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମ କୁ ତଦାରଖ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ମନମୁଣ୍ଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାରଣୀ ତ୍ରିପାଠୀ ଓ ପଲଶାଗୋରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ସାହୁ କର୍ମଶାଳା କୁ ସଂଯୋଜନା କରିଥିଲେ ।କର୍ମଶାଳା ରେ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ହେଲେ ଘୁଲୁଘୁଲାପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରାଣଦେଇ , ବାଲିଜୋରି UGME ର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ମହାଳିକ , ପିପିଲିପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ମହାକୁଡ , କୁଣ୍ଡାମାଳ UGHS ର ସହକାରୀ ଶିକ୍ଷକ ଶ୍ରୀ ତ୍ରିଜିବ୍ କୁମାର ପ୍ରହରାଜ , ଜୁନାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଭୋଇ , ପଞ୍ଚଖଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତିଦାଶ ପୂଜାରୀ ,ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପଂଚାନନ ସ୍ଵାଇଁ ଏବଂ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପଲଶାଗୋରା ଓ ମନମୁଣ୍ଡା ର ସମସ୍ତ ଛାତ୍ରଛାତ୍ରୀ , ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
previous post