ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଥାନାଲ କାରଖାନାରେ ସ୍ୱାଧୀନତା ଦିବସ ପାଳିତ

ଜୁନାଗଡ଼,୧୭/୮(ମ ନି ସ) ଜୁନାଗଡ଼ ତଲଜରିଂ ସ୍ଥିତ ଇଣ୍ଡିଆନ ପଟାସ ଲିମିଟେଡ଼ ଓ ଇଥାନାଲ କାରଖାନା ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି।ପ୍ରକଳ୍ପ ମୁଖ୍ୟ ଦୁର୍ଗାପ୍ରସାଦ ଦ୍ବିବେଦୀ ଜାତୀୟ ପତାକା ଉତ୍ତୋଳନ କରି ପ୍ରକଳ୍ପ ଅଧିକାରୀ, କର୍ମଚାରୀ, ଶ୍ରମିକ ଓ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ କେ.ସୁନୀଲ କୁମାର,ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ଥିଲେ।ପୂର୍ବ ଦିନ କାରଖାନାର ସିଇ ଆର କାର୍ଯ୍ୟକ୍ରମ ଜ୍ଞାନଯୋତି ଶୁଭାରମ୍ଭ ଅବସରରରେ ସରକାରୀ ପ୍ରାଥମିକ ବିଦ୍ୟାଳୟ,ତଲଜାରିଂ ଠାରେ ନନ୍ଦୋଳ ପଂଚାୟତର ୧୩ ଗୋଟି ସ୍କୁଲର ୯୧୦ ଜଣ ଛାତ୍ର ଛାତ୍ରୀଙ୍କ ଖାତା, କଲମ,ବିସ୍କୁଟ, ଚକଲେଟ ବଣ୍ଟନ କରାଯାଇଥିଲା।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

Sunil Chandra Nayak

ରାଜ ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଜନଜାତି ପାଇଁ ଉଦ୍ଦିଷ୍ଟ ଯୋଜନାର କାର୍ଯ୍ୟକାରିତା ସମୟରେ ଅଧିକାରୀମାନେ ମାନବିକ ଓ ସହାନୁଭୂତିଶୀଳ ଆଭିମୁଖ୍ୟ ଗ୍ରହଣ କରନ୍ତୁ: ରାଜ୍ୟପାଳ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

Leave a Comment

error: Content is protected !!