ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଯୋଗୀ ସାହିତ୍ୟ ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ସଂଯୋଗୀ ସାହିତ୍ୟ ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ 

ଘଟଗାଁ,୨୭/୭ ( ମସିହା ନିୟୁଜ୍) ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝରର ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଉପେନ୍ଦ୍ର ଦାଶଙ୍କ ପୈାରହିତ୍ଯରେ ଗତକାଲି ସନ୍ଧ୍ୟାରେ ଆଭାସୀ ବୈଠକରେ ତିନି ଗୋଟି ପ୍ରସ୍ତାବ – ସଂସଦର ମୁଖପତ୍ର ସଂଯୋଗୀ ସଜଫୁଲର ଆଗାମୀ ସଂଖ୍ୟା ପଶ୍ଚିମାଞ୍ଚଳର ବଲାଙ୍ଗୀର ଜିଲ୍ଲାରେ ଲୋକାର୍ପଣ କରିବା , ସଂସଦର ସଦସ୍ୟ ସଦସ୍ୟା ସଂଖ୍ୟା ବୃଦ୍ଧି କରିବା ଏବଂ ସଂସଦ ପାଇଁ ନିଜକୁ ସମର୍ପିତ କରିଥିବା ବାବୁଲାଲ ପଲେଇଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନିକା ପୁସ୍ତକ ପ୍ରକାଶ କରିବା ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।

    ଲୋକାର୍ପଣ ହେବାକୁ ଯାଉଥିବା ସଂଯୋଗୀ ସଜଫୁଲର ଆଗାମୀ ସଂଖ୍ୟା କିପରି ପଶ୍ଚିମାଞ୍ଚଳରେ ସଫଳତା ପାଇବ ସେଥିପାଇଁ ରାଜ୍ୟ ସଂଚାଳକ ହୃଷୀକେଶ ଦାଶଙ୍କ ନେତୃତ୍ୱରେ ପଶ୍ଚିମାଞ୍ଚଳର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ନେଇ ଏକ ସଂପାଦନା ମଣ୍ଡଳୀ ଗଠନ କରାଯିବା ନିମନ୍ତେ ଶ୍ରୀ ଦାଶଙ୍କୁ ଦାୟିତ୍ବ ଅର୍ପଣ କରାଯିବା ସହ ଲେଖା ସଂଗ୍ରହ ପାଇଁ ଆହ୍ବାନ କରାଯାଇଛି।

      ଅନୁଷ୍ଠାନର ରାଜ୍ୟ ସଂଚାଳକ ହୃଷୀକେଶ ଦାଶ, ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଏବଂ ସଂଗଠକ ତଥା ସଂଜୀବନୀ ସାହିତ୍ୟ ସଂସଦ ଭଣ୍ଡାର ପ୍ରତିଷ୍ଠାତା ସଂପାଦକ ଡମ୍ବରୁଧର ମହାନ୍ତ ଙ୍କ ପ୍ରସ୍ତାବ କ୍ରମେ ଦୀର୍ଘ ୩୪ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ଅଭିବୃଦ୍ଧି ନିମନ୍ତେ ନିଜକୁ ସମର୍ପିତ କରିଥିବା ଆମ ସମସ୍ତଙ୍କର ପ୍ରିୟ, ଶିକ୍ଷା ଓ ସୃଜନୀ ସାହିତ୍ୟର କର୍ଣ୍ଣଧାର ସାଜିଥିବା, ଆଦର୍ଶ ଶିକ୍ଷକ, ସଂଗଠକ, ଆଧ୍ଯତ୍ମବାଦୀ,ସଂସ୍କୃତି ଓ ପ୍ରକୃତି ପ୍ରେମୀ, କବି, ପ୍ରାବନ୍ଧିକ, ଗାଳ୍ପିକ, ସମାଲୋଚକ, ସ୍ତମ୍ଭକାର ତଥା ସଂଯୋଗୀ ସାହିତ୍ୟ ସଂସଦ ଓ ସଂଯୋଗୀ ସଜଫୁଲର ପ୍ରାଣକେନ୍ଦ୍ର ତଥା ସଂପାଦକ ବାବୁଲାଲ ପଲେଇ ଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସଂସଦର ମୁଖପତ୍ର ସଂଯୋଗୀ ସଜଫୁଲର ଆଗାମୀ ବାର୍ଷିକ ସଂଖ୍ୟାକୁ ଅଭିନନ୍ଦନିକା ପୁସ୍ତକ ଆକାରରେ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଓଡ଼ିଶାର ବିଭିନ୍ନ ଅଂଚଳରୁ ସାରସ୍ବତ ସ୍ରଷ୍ଟା ଓ ସମାଜସେବୀ ମାନଙ୍କୁ ନେଇ ଏକ ସଂପାଦନା ମଣ୍ଡଳୀ ଗଠନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

    ସଂଯୋଗୀ ସାହିତ୍ୟ ସଂସଦର ସଦସ୍ୟ ସଦସ୍ୟା ସଂଖ୍ୟାର କଳେବର ବୃଦ୍ଧି କରିବା ନିମନ୍ତେ ନିମ୍ନଲିଖିତ ସଭ୍ୟ ଦେୟ ପୈଠକରି ସଂସଦର ସଦସ୍ୟତା ଯେକୌଣସି ବ୍ଯକ୍ତି ଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସଂସଦର ପୃଷ୍ଠପୋଷକ ପାଇଁ ସଭ୍ଯଦେୟ – ଟ ୮୦୦୦ଙ୍କା, ଆଜୀବନ ସଦସ୍ୟ ପାଇଁ – ଟ ୫୦୦୦ଙ୍କା, ସାଧାରଣ ସଦସ୍ୟ ( ୧୦ ବର୍ଷ ) ପାଇଁ – ଟ ୨୦୦୦ଙ୍କା, ବାର୍ଷିକ ସଦସ୍ୟ ପାଇଁ – ଟ ୪୦୦ଙ୍କା ଧାର୍ଯ୍ୟ କରାଯାଇଛି। ଉକ୍ତ ସଭ୍ଯ ଦେୟ କୈାଣସି ପରିସ୍ଥିତିରେ ବି ଖର୍ଚ୍ଚ କରାନଯାଇ ଆଗାମୀ ପିଢିଙ୍କ ପାଇଁ ବ୍ୟାଙ୍କରେ ସ୍ଥାୟୀ ଜମା ରୂପେ ରଖାଯିବା ସହ ତାର ସୁଧ ଅର୍ଥରେ କେବଳ ସଂସଦୀୟ କାର୍ଯ୍ୟକ୍ରମ ଅର୍ଥାତ୍ ମୁଖପତ୍ର ସଂଯୋଗୀ ସଜଫୁଲର ପ୍ରକାଶନ ଓ ବାର୍ଷିକୋତ୍ସବ ପାଇଁ ଅର୍ଥ ବିନିଯୋଗ କରାଯାଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ଅନୁଷ୍ଠାନର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏହି ବୈଠକରେ ଅନୁଷ୍ଠାନର କର୍ମକର୍ତ୍ତା ଅର୍ଜୁନ ଚରଣ ବେହେରା, ଶାନ୍ତନୁ କୁମାର ମହାପାତ୍ର,ସରୋଜ କୁମାର ସେନାପତି, କମଳାକାନ୍ତ ମିଶ୍ର, ତପନ କୁମାର ଦାଶ,ସୁଜାତା ଗୁପ୍ତା, ଜ୍ୟୋତ୍ସ୍ନାମୟୀ ଦାଶ, ସ୍ମିତାରାଣୀ ରାଉତ, ମିନା ବେହେରା, ହିମାଦ୍ରୀ ମହାନ୍ତ ଏବଂ ବାବୁଲାଲ ପଲେଇ ଅଂଶଗ୍ରହଣ କରିଥିଲେ ।।

ବାଲେଶ୍ଵର/କେନ୍ଦୁଝରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ

Sunil Chandra Nayak

ସୁନାନଦୀରେ ପଡୁଛି ଫାଷ୍ଟଫୁଡର ଅଳିଆ

masiha

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

Leave a Comment

error: Content is protected !!