ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକ ସମ୍ମିଳନୀ 

ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକ ସମ୍ମିଳନୀ 

 ରାଉରକେଲା: ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭୋଟ ଚୋରି ନେଇ ଏକ ସାମ୍ୱାଦିକ ସମ୍ମିଳନୀ ହୋଟେଲ ରାଧିକା ରିଜେନ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ଦାସ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ରାଜ୍ୟ ସଭାପତି ଭକ୍ତଚରଣ ଦାସ ଙ୍କ ଆହ୍ବାନ କ୍ରମେ ସମଗ୍ର ରାଜ୍ୟରେ ଏସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଅଧିକାରୀ ଓ ବିଜେପି କିପରି ଅସାଧୁ ଉପାୟରେ ନିର୍ବାଚନ ଜିତିଛି ତାକୁ ରାଜ୍ୟ ବାସୀଙ୍କୁ ଜଣାଇ ସେମାନଙ୍କର ମୁଖା ଖୋଲି ଦିଆଯିବ। ରାଷ୍ଟ୍ରୀୟ ମୁଖ୍ୟ ରାହୁଲ ଗାନ୍ଧୀ ଗତ ନିର୍ବାଚନରେ ମଧ୍ୟପ୍ରଦେଶ, ହରିଆଣା, ମହାରାଷ୍ଟ୍ର ଆଦି ପ୍ରଦେଶରେ ଭୋଟ ଜାଲିଆତି କରି ବିଜେପି ଜିତିଥିବା ଓ ଏହାକୁ ନିର୍ବାଚନ ଅଧିକାରୀ ଦେଖି ନଦେଖିଲା ଭଳି ରହିଯିବା ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ କରିଛି। ଏଥିପାଇଁ ସେ ବାଙ୍ଗାଲୋର ଲୋକସଭା ଆସନ ଅର୍ନ୍ତଗତ ମହାଦେବପୁରା ଆସନର ଉଦାହରଣ ଦେଇ ଲକ୍ଷାଧିକ ଅସାଧୁ ଭୋଟରଙ୍କ କଥା ଉଠାଇଛନ୍ତି। ୫ଟି କାରଣ ଯଥା ୧୧.୯୬୫ ଡୁପ୍ଲିକେଟ ଭୋଟର ,୪୦.୦୦୯ ନକଲି ଠିକଣା,୧୦.୪୫୨ ସଂଖ୍ୟାରେ ବହୁ ଭୋଟର ଗୋଟିଏ ଠିକଣା,୪୧୩୨ ଅବୈଧ ଫଟୋ,୩୩.୬୯୨ ଟି ଫର୍ମ ନମ୍ବର ୬ ର ଅପବ୍ୟବହାର ଏହାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ସେହିପରି ବିଭିନ୍ନ ଆସନରେ ସ୍ବଳ୍ପ ବ୍ୟବଧାନରେ ବିଜେପି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ଠାରୁ ଜିତିଛନ୍ତି। ପ୍ରଥମେ ଭୋଟ ଚୋରି ବିହାରରୁ ଆରମ୍ଭ ହୋଇ ଏହା ସମଗ୍ର ଦେଶରେ ବ୍ୟାପିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସଙ୍କ ସମେତ ବରିଷ୍ଠ ନେତା ଗଣେଶ ପ୍ରଧାନ, ସବିର ହୁସେନ,ନିହାର ଦାସ, ସନ୍ତୋଷ ବିଶ୍ବାଳ,ନାଚିକେତା ମହାପାତ୍ର, ବିନୋଦ ରାଉତ, ସୁନିଲ ପଟ୍ଟନାୟକ, ରଞ୍ଜିତା ମଲ୍ଲିକ, ସୁନିତା ଲାକ୍ରା,ପ୍ରତିମା ପାଣିଗ୍ରାହୀ, ରଘୁନାଥ ଦାସ, ପ୍ରସାଦ ସାମଲ, ହରପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ

masiha

ରାଜନଗର ନିର୍ବାଚନ ମଣ୍ଡଳୀର‌ ବିଜେପି ଓ କଂଗ୍ରେସର ଗଣିତ ଅଛିଣ୍ଡା, ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଉଛି

masiha

କଂଗ୍ରେସ ର କର୍ମୀ ସମ୍ମିଳନୀ…. ଯୋଗଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ

masiha

Leave a Comment

error: Content is protected !!