କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର
ପାପଡାହାଣ୍ଡି,30/4, ମନିସ —- ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ପ୍ରାର୍ଥୀ ମାନେ ବର୍ତମାନ ଗାଁ ମୁହାଁ ହୋଇଛନ୍ତି | ଚଳିତ ବର୍ଷର ଖରାକୁ ଖାତିରି ନ କରି ନିର୍ବାଚନ ପ୍ରଚାର ଯୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି | ଗାଁ ଗୁଡିକର ଚାଲିଥିବା କଳସି ଯାତ୍ରା ଓ ହାଟ ବଜାର ପ୍ରାର୍ଥୀ ମାନଙ୍କ ପ୍ରଚାରର ମୁଖ୍ୟ ସ୍ଥଳି ପାଲଟିଛି | ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ମନୋହର ରନ୍ଧାରି, ବିଜେପି ପ୍ରାର୍ଥୀ ସୋମନାଥ ପୁଜାରି ଓ କଂଗ୍ରେସର ଡ଼ଃ ଲିପିକା ମାଝୀ ପ୍ରଚାର ଚଲେଇଛନ୍ତି | କର୍ମୀ ସମ୍ମିଲଣି ଓ ମିଶ୍ରଣ ପର୍ବ ମାଧ୍ୟମରେ ଦଳରେ ନୂତନ କର୍ମୀ ସାମିଲ କରି ବଳ ଗୋଟାଉଛନ୍ତି | ମଙ୍ଗଳବାର କଣ୍ଟାମାଳ, ମାଝୀଗୁଡା, ନୂଆକୋଟ, ଶିରସୀ ଡ଼େଙ୍ଗାଗୁଡ଼ା କଳସି ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ମଙ୍ଗଳବାର ବିଧାୟକ ରନ୍ଧାରି, ବିଜେପି ପ୍ରାର୍ଥୀ ସୋମନାଥ ପୁଜାରି ପ୍ରଚାର କରିଥିଲେ | ଗ୍ରାମବାସୀଙ୍କ ତରଫରୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ | ନିଜ ନିଜ ପାଇଁ ଭୋଟ ପ୍ରାର୍ଥନା କରିଥିଲେ | ପ୍ରାର୍ଥୀଙ୍କ ପ୍ରଚାର ବର୍ତମାନ ଗାଁ ଗହଳି ଉତ୍ସବ ମୁଖର କରିଦେଇଛି | ତେବେ ଏତେ ପ୍ରଚାର ମଧ୍ୟରେ ଆସନ୍ତା 13 ତାରିଖରେ ଜନତା ଜନାର୍ଦ୍ଦନ କାହାକୁ ମୋହର ଦେବେ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡିବ |