ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ମିଶ୍ରଣ ପର୍ବ

ବିଜେପି ର ମିଶ୍ରଣ ପର୍ବ

ନବରଙ୍ଗପୁର:(୨୩|୩)ଗତକାଲି ସନ୍ଧ୍ୟାରେ ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡାବାଇ ପଞ୍ଚାୟତ ଅନ୍ତର୍ଗତ ବିଜରାଗୁଡା ଗ୍ରାମରେ ବିଜେପି କାର୍ଯ୍ୟକର୍ତ୍ତା ବୈଠକ ସହ ଜନସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଶ୍ରୀ ଗୌରୀଶଙ୍କର ମାଝି ଉପସ୍ଥିତ ରହି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଆଲୋକପାତ କରିବା ସହ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କହି କିଭଳି ଭାବେ ଜନତାଙ୍କୁ ଦୀର୍ଘ ୨୫ ବର୍ଷ କାଳ ଠକି ଆସିଛନ୍ତି, ସେ ବିଷୟରେ ବୁଝାଇବା ସହ ଏଥର ନିର୍ବାଚନ ରେ ବହୁ ସଂଖ୍ୟାରେ ବିଜେପି ର ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ପ୍ରତି ଓ ଦଳର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ମାଧବ ଜାନୀ, ବିଘ୍ନରାଜ ପାତ୍ର, ବିଶ୍ୱନାଥ ପ୍ରଧାନୀ,ଗୋପି ଜାନୀ,ବିକାଶ ସ଼ିଂ ଲାଲ,ଧବଲୁ ପାଇକ,ପଞ୍ଚୁ ପାଇକ,ମୋହନ ଜାନୀ,ମଧୁ ଜାନୀ, ସୁବାଷ ଜାନୀ,ଜଗ ଜାନୀ,ଦସା ଜାନୀ ଭାରତୀୟ ଜନତା ପାର୍ଟିରେ ବିଦ୍ଧିବଦ୍ଧ ଭାବେ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ଠାରୁ ଉତ୍ତରୀୟ ଓ ଟୋପି ପରିଧାନ ପୂର୍ବକ ସାମିଲ ହୋଇଥିଲେ। ବିଘ୍ନରାଜ ପାତ୍ର ଏହି ବୈଠକ ପରିଚାଳନା କରିଥିବା ବେଳେ ମୁରଲୀ ପାତ୍ର,ବାବୁଲା ପାତ୍ର,ବିକାସ ପାତ୍ର ସହଯୋଗ କରିଥିଲେ।ବୈଠକରେ ସାଧାରଣ ସମ୍ପାଦକ ଶ୍ରୀ ଦେବଦାସ ମହାଙ୍କୁଡ, ଶୁଭେନ୍ଦୁ ସାମନ୍ତରାୟ,ଭୂବନ ନାୟକ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗ୍ରାମୀଣ ଭାରତବନ୍ଦ ଓ ଧର୍ମଘଟକୁ ଆଦିବାସି ଚାଷୀ ମୁଲିଆ ସଙ୍ଘ ର ସମର୍ଥନ 

masiha

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ବଡଓଲମାରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!