ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ 

ରାଇଘର ୨୩/୩ ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ ଶନିବାର ବିଶ୍ୱଶାନ୍ତି କଲ୍ୟାଣ ପାଇଁ ଦୀର୍ଘ ୧୨୦୦ କିଲୋମିଟର ଆନ୍ଧ୍ରାପ୍ରଦେଶ ର କ୍ରିଷ୍ଣାପୁରମ ରୁ ଅଯୋଧ୍ୟା ପଦଯାତ୍ରା ରେ ଯାଉଛନ୍ତି ଜଣେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ୧୨ ଜଣ ସହଯୋଗୀ, ସୂଚନା ଅନୁଯାୟୀ ଆନ୍ଦ୍ରପ୍ରଦେଶ ରାଜ୍ୟ ର ଜଣେ ବାବାଜୀ ଏ. ସୀତାରାମ ରାଜୁ ଏବଂ ତାଙ୍କ ୧୨ ଜଣ ସହଯୋଗୀ ମାର୍ଚ୍ଚ ୧୬ ତାରିଖ ଦିନ ସୀତାପାଲି ରୁ ବାହାରି ଶନିବାର ରାଇଘର ବ୍ଲକ ରେ ପହଂଚି ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ କିଛି ସମୟ ରହି ବାହାରି ଥିଲେ, ଯୋଡିଙ୍ଗା ଠାରେ ମଧ୍ୟାନ୍ନ ଭୋଜନ ପରେ ହାଟଭରଣ୍ଡି ଶିବ ମନ୍ଦିର ରେ ରାତ୍ର ଯାପନ କରି ଶୁକ୍ରବାର ସକାଳେ ତାଙ୍କ ପଦ ଯାତ୍ରା ଆରମ୍ଭ ହେବ ବୋଲି ବାବା କହିଥିଲେ, ଏହିି ଯାତ୍ରା ବିଶ୍ୱ ଶାନ୍ତି କଲ୍ୟାଣ ପାଇଁ ଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହ ଏକ ମାସ ମଧ୍ୟରେ ଅଯୋଧ୍ୟା ପହଂଚିବା ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତ୍ରିନାଥ ସାଂସ୍କୃତିକ ଅନୁଷ୍ଠାନ ର ସୁବର୍ଣ୍ଣ ଜୟନ୍ତୀ

masiha

ଧାମନପୁର ପଞ୍ଚାୟତ ହାଇସ୍କୁଲ ଠାରେ ବିଜ୍ଞାନମେଳା ଅନୁଷ୍ଠିତ 

Sunil Chandra Nayak

ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ :ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!