ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ଗଙ୍ଗାଧର ଜୟନ୍ତୀ ପାଳନ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ଗଙ୍ଗାଧର ଜୟନ୍ତୀ ପାଳନ

ରାଉରକେଲା:- ସଂଯୋଗ କ୍ରମେ ଇଂରାଜୀ ଓ ଓଡ଼ିଆ ପାଞ୍ଜିକାର ସମନ୍ମୟ ରକ୍ଷା କରି ତିଥି,ବାର ଓ ତାରିଖ ସମାନରେ ଆସିଥିଲା ଶ୍ରାବଣ ପୂର୍ଣ୍ଣିମା। ଏହିଭଳି ଏକ ପବିତ୍ର ଅବସରରୁ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆରମ୍ଭ କରିଥିଲା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ପାଳନ ।ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ଏବଂ ଆଜି ଉଦଯାପିତ ହୋଇଥିଲା ଆଲୋଚନା ସଭାରେ। ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ପୂଜାର୍ଚ୍ଚନା ଓ ଋଷିକବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଗଙ୍ଗାଧର ସାହିତ୍ୟରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲେ ମୁନସିପାଲ କଲେଜର ଛାତ୍ରୀମାନେ । ଆଜି ମ୍ୟୁନ୍ସିପାଲ କଲେଜ ପରିସରରେ ମହାବିଦ୍ୟାଳୟର ସହଭାଗିତାରେ ଅନୁଷ୍ଠିତ ଏହି ଆଲୋଚନା ସଭାରେ ସଭାପତିତ୍ୱ କରିଥିଲେ ପରିଷଦର ଉପସଭାପତି ଶୁଭ୍ରାଂଶୁ ଶେଖର ବଡ଼ପଣ୍ଡା । ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିହର ଦାଶ ।ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଶିଷ୍ଟ ଶିକ୍ଷାବିତ ଡ ଅଶ୍ୱିନୀ ରାୟ ଗଙ୍ଗାଧରଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଏକ ମନନଶୀଳ ଆଲୋଚନା କରିଥିଲେ। ଅର୍ଘ୍ୟଥାଳିରୁ ଆରମ୍ଭ କରି ଗଙ୍ଗାଧର ସାହିତ୍ୟ ସମଗ୍ରରେ ମଧୁମୟତାର ଅନ୍ୱେଷଣ କରିଥିଲେ। ଶ୍ରୀ ରାୟ ଗଙ୍ଗାଧରଙ୍କ ଏକାଧିକ ଉର୍ଦ୍ଧୃତିର ସରଳ ଵ୍ୟାଖ୍ୟାନକୁ ଶ୍ରୋତୃମଣ୍ଡଳୀଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥିଲା। ଅନ୍ୟତମ ଉପସଭାପତି ଡ କିଶୋରୀ ଦାଶ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ। ପୂର୍ବତନ ଉପସଭାପତି ଡ ଅଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟ ଗୌରୀ ପ୍ରଧାନ,ମଦନ ବେହେରା, ଏରିଅର ଜାଲ,ପ୍ରତାପ ମେହେର, ଶ୍ରୀପତି ତ୍ରିପାଠୀ, ସୂର୍ଯ୍ୟ ପାଢ଼ୀ, ଡା ସୁବୋଧ ମେହେର,ଅଙ୍ଗରାଜ ଛନ୍ଦ, ପ୍ରବୀର ମିଶ୍ର,ଉମେଶ ବେହେରା, କ୍ୟାପଟେନ ସତ୍ୟ ରାଉତ, କିରଣ ଖାଲକୋ,ସଂଯୁକ୍ତା ପଲେଇ ଙ୍କ ବିଶେଷ ସହଯୋଗ ରହିଥିଲା। ବରିଷ୍ଠ ସଦସ୍ୟ ପୀତବାସ ପ୍ରଧାନ,ଭଗବାନ ପତି ,ଶରତ ଦାଶ,ଡ ଚନ୍ଦ୍ରକାନ୍ତି ନାୟକ ଯୋଗ ଦେଇଥିଲା ବେଳେ ଶର୍ମିଷ୍ଠା କବି ଶତପଥୀ,ଅର୍ଚ୍ଚନା ଦେବତା, ବ୍ରଜେନ୍ଦ୍ର ଦାଶ,ଦୀପ୍ତି ମହାନ୍ତି, ଅକ୍ଷୟ ଦାଶ, କାଶୀନାଥ ନନ୍ଦୀ, ବିକ୍ରମ ଆଚାର୍ଯ୍ୟ, ଅଭୟ ପ୍ରଧାନ,ସଂଜୀବ ଭୋଇ ପ୍ରଭୃତିଙ୍କ ସହିତ ସହରର ଇସ୍ପାତ ସାହିତ୍ୟ ସଂସଦ, ବାସନ୍ତୀ ପାଠାଗାର,ମଧୁସୂଦନ ପାଠାଗାର,ଉତ୍କଳ ସମ୍ମିଳନୀ, ଗୀତିକବି ସମାଜ,ସ୍ୱସ୍ତି ସାହିତ୍ୟ ପ୍ରଭୃତି ବିଶିଷ୍ଟ ଅନୁଷ୍ଠାନ ମାନଙ୍କର ସଦସ୍ୟ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ବନ୍ଧିତ ଭତ୍ତା ବିତରଣ ସମାରୋହ

masiha

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

Sunil Chandra Nayak

Leave a Comment

error: Content is protected !!