ମ.ରାମପୁର ,୧୬/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ରବିବାର ଆରମ୍ଭ ହୋଇ ଯାଇଛି l ପ୍ରଥମେ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ଧବଳେଶ୍ଵର ମନ୍ଦିର ରୁ ପୂଜାର୍ଚନା କରିବାପରେ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରି ଖେଳ ପଡ଼ିଆରେ ପହଞ୍ଚିଥିଲା l
ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ମଶାଲ ଯାତ୍ରାରେ ସାମିଲ ରବି ଖେଳକୁ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ମୋହନଗିରୀ ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂହପୁର ସରପଞ୍ଚ ଉଛବ ପ୍ରଧାନ,ମୋହନଗିରୀ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ, କ୍ରୀଡା ଅନୁଷ୍ଠାନ ର ସଭାପତି ଶୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l
ପ୍ରଥମ ମ୍ୟାଚ ରାୟଗଡ଼ା ଓ ନୟାଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ରାୟଗଡ଼ା ଦଳ ଟସ ଜିତି ପ୍ରଥମେ ନୟାଗଡ ଦଳକୁ ବ୍ୟାଟିଂ କରିବାକୁ ଦେଇଥିଲା l ନୟାଗଡ ଦଳ ନିର୍ଦ୍ଧାରିତ ୧୮ ଓଭର୍ ରେ ୮ ୱିକେଟ ହରାଇ ୨୮୧ ରନ୍ କରିଥିଲା l ଏହାର ଜବାବରେ ରାୟଗଡ଼ା ଦଳ ୧୮ ଓଭର ରେ ୭ ୱିକେଟ୍ ହରାଇ ୨୭୯ ରନ କରିବାରେ ସକ୍ଷମ ହୋଇ ପାରିଥିଲା l ଏହି ମ୍ୟାଚରେ ନୟାଗଡ ଦଳ ମାତ୍ର ୨ ରନ ରେ ବିଜୟୀ ହୋଇଥିଲା l
ମ୍ୟାଚ୍ କୁ ଆମ୍ପ୍ୟାୟର ଭାବରେ ଧୀରେନ୍ଦ୍ର ବିଶ୍ୱାଳ ଓ ସତ୍ୟନାରାୟଣ ମହାପାତ୍ର ପରିଚାଳନା କରିଥିବାବେଳେ ଜଳେଶ୍ଵର ସାହୁ, ସ୍ଵପ୍ନେଶ୍ୱର୍ କର୍ମୀ, ଶଶିକାନ୍ତ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ l ସୁନିଲ କୁମାର ଭୋଇ,ଚନ୍ଦ୍ରଭାନୁ ବେହେରା ଓ ଦଇତାରୀ ମାଝୀ ସ୍କୋର ଦାୟିତ୍ୱରେ ରହିଥିଲେ l ଏହି ଟର୍ଣ୍ଣlମେଣ୍ଟ ରେ ମୋଟ ୮ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି l ଅନ୍ୟ ୬ ଗୋଟି ଦଳ ହେଲେ ;କନ୍ଧମାଳ,କଳାହାଣ୍ଡି, ବରଗଡ଼, ବଲାଙ୍ଗିର,ସମ୍ବଲପୁର ଓ ଜଗଦଲପୁର( ରାୟପୁର) l ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପାତ୍ର,ଭୀଷ୍ମ ମଲ୍ଲିକ, ଚନ୍ଦ୍ରକାନ୍ତ ମାଝୀ,କୁଞ୍ଜ ପ୍ରଧାନୀ,ମକରଧ୍ବଜ ସାହୁ ପ୍ରମୁଖ ସହଯୋଗ କରିଥିଲେ l ଆସନ୍ତା ୨୨- ଜାନୁଆରୀ ରେ ଏହାର ଫାଇନାଲ ମ୍ୟାଚ୍ ହେବା ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି l
ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ


