ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳର ନୂଆପଡ଼ା ଗସ୍ତ 

ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳର ନୂଆପଡ଼ା ଗସ୍ତ

ନବରଙ୍ଗପୁର: (୨୪|୯)(ରବି ନାରାୟଣ ମହାନ୍ତି)ଆନ୍ତଃ ଜିଲ୍ଲା ୬୫ ତମ ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ନୂଆପଡ଼ା ର ମିନି ଷ୍ଟାଡୟମଠାରେ ଅନୁଷ୍ଟିତ ହେଉଛି। ଏଥିରେ ଭାଗ ନେବା ନିମନ୍ତେ ରାଜା ହରିଜନ ଙ୍କ ନେତୃତ୍ବରେ ଏକ ୨୦ ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ନୂଆପଡ଼ା ଗସ୍ତ କରିଛନ୍ତି। ଅନ୍ୟ ଖେଳଳିମାନଙ୍କ ମଧ୍ୟରେ ମଣ୍ଟୁ ନାଗ, ଶମ୍ଭୁନାଥ ମାଝୀ, ମନୋଜ ସାନ୍ତା, ମିଥୁନ ସାନ୍ତା, ଲାଲୁ ହରିଜନ, ଦେବ ହରିଜନ, ଆଦିତ୍ୟ ହରିଜନ, ଜାସନ୍ ଆନି ବେନ୍ୟା, ହାର୍ଦ୍ଦିକ କଚିମ୍, ଇଶାନ୍ତ ହରିଜନ, ରମେଶ ହେମ୍ବ୍ରମ, ଟୁନା ହରିଜନ, ବିଷ୍ଣୁ ସାହୁ, ରବୀନ୍ଦ୍ର ବିଷୋୟୀ, ବଜେନ୍ଦ୍ର ମହୁକା, ପଙ୍କଜ ଅମନାତ୍ୟ, ବାବୁଲା ଵାଘ, ତାଜ୍ ଵାଘ, ନାଥାନ ମଡାଙ୍ଗି ପ୍ରମୁଖ ସ୍ଥାନ ପାଇଛନ୍ତି। ଉକ୍ତ ଦଳ ସହ ମ୍ୟାନେଜର ଭାବରେ ଦୁର୍ଯୋ ହରିଜନ , କୋଚ୍ ଭାବେ ଫିରୋଜ ହିଆଲ୍ , ସହ କୋଚ୍ ଭାବେ ବି. ଯୋଗେଶ କୁମାର ଏବଂ ମେଣ୍ଟର ଭାବେ ଶଶାଙ୍କ ଶେଖର ବେହେରା ଦଳ ସହ ଗସ୍ତ କରିଛନ୍ତି। ଦଳର ସଫଳତା ହାସଲ ନିମନ୍ତେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲିକ୍ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ କାମନା କରିଛନ୍ତି। ସୂଚନା ଯୋଗ୍ୟ ଯେ ନିଜର ପ୍ରଥମ ମ୍ୟାଚରେ ନବରଙ୍ଗପୁର ଦଳ ସମ୍ବଲପୁର ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଟିତ ହୋଇଥିଲା ଏଥିରେ କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ଖେଳ ଅମୀମାଂସିତ ଭାବରେ ଶେଷ ହୋଇଥିଲା। ନିଜ ଗ୍ରୁପ୍ ର ପରବର୍ତ୍ତୀ ମ୍ୟାଚ୍ ରାୟଗଡ଼ା ଏବଂ କଳାହାଣ୍ଡି ଦଳ ସହ ଅନୁଷ୍ଠିତ ହେବ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

masiha

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

ଗୋପାଳପୁର କନ୍ୟା ଆଶ୍ରମର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!