ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଷଷ୍ଠ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

 ଷଷ୍ଠ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

 ଭବାନୀପାଟଣା- (ବ୍ୟୁରୋ) କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଷଷ୍ଠତମ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ୨୦୨୫ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସମାରୋହର ସହ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସ ମ୍ୟାଚ ମାରାଡୋନା ଫୁଟବଲ କ୍ଲବ ଏବଂ ମାଣିକେଶ୍ଵରୀ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ୧ ପଏଣ୍ଟ ଲେଖାଏଁ ପାଇଥିଲେ। ଅତିଥି ଙ୍କ ସ୍ଵାଗତ ପରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକ ଖେଳାଳି ମାନଙ୍କ ସହ ପରିଚୟ ଓ କରମର୍ଦ୍ଦନ କରିବା ସହ ଟୁର୍ନାମେଣ୍ଟଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପରେ କ୍ରୀଡା ସଂସ୍ଥାର ସଭାପତି ଶ୍ରୀ ସୁନୀଲ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଅନାମ ନାଏକ ନିଜ ବକ୍ତବ୍ୟ ମାଧ୍ୟମରେ ଫୁଟବଲ ଖେଳର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । କଲାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ସମ୍ପାଦକ ତଥା ଓଡିଶା କ୍ରିକେଟ ଆସୋସିଏସନ୍ ଉପ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ଲିଗ୍ ଟୁର୍ନାମେଣ୍ଟ ର ଉଦ୍ଧେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହ ଖେଳାଳି ମାନେ ଭାଇଚାରା ଅକ୍ଷୁଣ୍ଣ ରଖି ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ମଧ୍ୟରେ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଉପ ସଭାପତି ରାମ କୁମାର ଜୈନ ଓ ଅର୍ଜୁନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ କାଲି ପ୍ରସାଦ ପଟ୍ଟନାୟକ, ଚକ୍ରଧର ସେଠି, କ୍ରିକେଟ ସମ୍ପାଦକ ସର୍ଦାର ସନ୍ଥ ସିଂ, ଫୁଟବଲ ସମ୍ପାଦକ ମହମ୍ମଦ ଅବଦୁଲ କାଦର, କୋଷାଧକ୍ଷ ସର୍ଦାର ନିର୍ମଲ ସିଂ, ଅନ୍ୟାନ୍ୟ ଖେଳ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରବି ପ୍ରସାଦ କାନୁନଗୋ, ସୁବାସ ଚନ୍ଦ୍ର ପଣ୍ଡା,ଅଜୟ ପଟ୍ଟନାୟକ, ଭିକାରୀ ଚରଣ ମିଶ୍ର, ବିପିନ ଚନ୍ଦ୍ର ମିଶ୍ର, ପଙ୍କଜ କୁମାର ପଟ୍ଟନାୟକ, ପୁରନ୍ଦର ଭୋଇ, କୁଳମଣି ସାହୁ, ଭବାନୀ ଶଙ୍କର ପଟ୍ଟନାୟକ, ମହେନ୍ଦ୍ର କୁମାର ପଣ୍ଡା, ଜିତେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସୁରେଶ ରାଉତ, ସାମ୍ବାଦିକ ଲଲିତ କାନୁନଗୋ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ରେଫରୀ ନବୀନ କୁମାର ନାଏକ, ଛବିଲାଲ ନାଏକ, ମନୋରଞ୍ଜନ ମାଝୀ, ଏବଂ ଉଦ୍ଧବ ମାଝୀ, ଶୃଙ୍ଖଳିତ ଓ ଅତି ସୁନ୍ଦର ଭାବରେ ଖେଳ ପରିଚାଳନା କରିଥିଲେ। ବହୁ କ୍ରୀଡାପ୍ରେମୀ ଓ ଖେଳାଳି ଖେଳ ଉପଭୋଗ କରିଥିଲେ। 

ଅର୍ଜୁନ ପଟ୍ଟନାୟକ ,ସହ ସମ୍ପାଦକ

Related posts

ଦେଉଳି ମିନି ଷ୍ଟାଡିୟମରେ “ବିକ୍ରମ ଓ ମିନତୀ ମେମୋରିଆଲ” ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

masiha

ରାଇରଙ୍ଗପୁର ଷ୍ଟାଡିୟମରେ ୫ ମ ବାର୍ଷିକ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ଜୁଣବଳଦାରେ ପ୍ରିମିୟର ଲିଗ ସିଜିନ ୧ ଉଦଘାଟିତ

masiha

Leave a Comment

error: Content is protected !!