ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

ଚିଙ୍ଗୁଡ଼ିଖୋଲ ରେ ଧୁମଧାମରେ ହିନ୍ଦୁ ନବ ବର୍ଷ ପାଳିତ

ଗଞ୍ଜାମ:-ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ । ଏହି ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ବେଶ୍ ଧୁମଧାମରେ ପାଳନ କରାଯାଉଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ର ଚିଙ୍ଗୁଡ଼ିଖୋଲ ଗ୍ରାମ। ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଯୁବକ ମାନେ ମିଳିତ ଭାବେ ଏହି ଦିବସକୁ ପାଳନ କରିଛନ୍ତି । ରାଷ୍ଟ୍ରୀୟ ନବର୍ଷ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ବାହାର କରି ଗ୍ରାମ ପରିକ୍ରମା କରିଥିଲେ। ତେଣୁ ଚଳିତ ବର୍ଷ ମାର୍ଚ୍ଚ ୩୦ ରେ ଏହି ପବିତ୍ର ଦିନକୁ କଟକରେ ବ୍ୟାପକ ଆୟୋଜନ କରାଯାଇଥିଲା ।ଏହାସହ ହିନ୍ଦୁ ଧର୍ମ ଆଧାରରେ ସଂକୀର୍ତ୍ତନ, ଭଜନ ଆଦି ଗାନ କରାଯାଇ ଏହି ପବିତ୍ର ଦିନରେ ଗ୍ରାମବାସୀଙ୍କୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରାଯାଇଛି । ବର୍ତ୍ତମାନ ସମୟରେ ମଣିଷ ଯେଉଁ ନିଜ ପରମ୍ପରାଠୁ ବିମୁଖ ହେଉଛି ତାହାକୁ ମନେ ପକାଇବା ପାଇଁ ଏହି ଆୟୋଜନ କରଯାଉଛି ବୋଲି ଗ୍ରାମ ର ଯୁବକ ମାନେ ସ୍ପଷ୍ଟ କରିଛନ୍ତି। 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୪ ଟି ପ୍ରକଳ୍ପର ଭୂମି ପୂଜନ

masiha

୧- ପରିଣତ ବୟସରେ ଶଯ୍ୟାଶାୟୀ ଅସହାୟ ବୁଢ଼ାବୁଢ଼ୀ , ୨- ମହିଳାଙ୍କ ଆତ୍ମହତ୍ୟା 

masiha

ଗଠନ ହେଲା ଖଇରା ଲିଗାଲ ଫୋରମ

Leave a Comment

error: Content is protected !!