ଜନସାଧାରଣଙ୍କ ସମସ୍ୟାର ସମାଧାନ ନିଜେ ଉପସ୍ଥିତ ରହି ସମାଧାନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ
ନବରଙ୍ଗପୁର:(୧|୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଆଜି ପ୍ରାତଃ ଭ୍ରମଣ ଯିବା ସମୟ ରେ ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ତୁରୁଞ୍ଜିଆଗୁଡା ର ମାଁ ଭଉଣୀ ମାନେ ବିଧାୟକଙ୍କୁ ଦେଖି ଦୀର୍ଘ ଦିନ ହେବ ଜଳ ଯୋଗାଣ ହୋଇ ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ lବିଧାୟକ ମହୋଦୟ ତୁରନ୍ତ ସିନ୍ଧିଗୁଡ଼ା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉତ୍କଳ ଭତରା ଓ ଆର୍ ଡବ୍ଲ୍ୟୁ ଏସ୍ ଏସ୍ କନିଷ୍ଠ ଯନ୍ତ୍ରୀଙ୍କୁ ଡାକି ନିଜେ ବୋର ୱେଲ୍ ପାଖକୁ ଯାଇ ମୋଟର କାଢ଼ି ସଜାଡିବାକୁ ସାହାଯ୍ୟ କରିଥିଲେ lଗ୍ରାମର ଅନ୍ୟ ମାନଙ୍କ ମଧ୍ୟରେ ବୁଲ ବୁଲ ପାତ୍ର, ରାଧା ପାତ୍ର, ସନାତନ ବିଷୋୟୀ ଓ ଗ୍ରାମର ବହୁ ଭଦ୍ର ବ୍ୟକ୍ତି ସହଯୋଗ କରିଥିଲେ । ବିଧାୟକ ହେବ ତ ଏମିତି ଜନସାଧାରଣ ସମସ୍ୟା କହୁ କହୁ ସମସ୍ୟାର ସମାଧାନ କଲେ ନବରଙ୍ଗପୁର ବିଧାୟକ ଶ୍ରୀ ମାଝୀ ମହୋଦୟ l
( ମ ନି ସ )

