ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ

ଅଭ୍ୟାସ ଟେକ୍ନୋ ସ୍କୁଲ ପଦ୍ମପୁର ନିଆରା ଢଙ୍ଗରେ ପାଳନ କରିଛି ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ 

ଆଜି ତା : ୦୨ . ୦୨ . ୨୦୨୫ ରିଖ ରବିବାର ଦିନ ସ୍ଥାନୀୟ ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲରେ ନିଆରେ ଢଙ୍ଗରେ ଶ୍ରୀ ବସନ୍ତ ପଞ୍ଚମୀ ପାଳନ କରାଯାଇଅଛି ।ଏହାର ମୁଖ୍ୟ ଆକର୍ଷଣ ଥିଲା ନୂତନ ପିଲାମାନଙ୍କ ଅକ୍ଷର ଅଭ୍ୟାସ କାର୍ଯ୍ୟକ୍ରମ ।ଏହା ଗୋଟିଏ ଇଂରାଜୀ ମାଧ୍ୟମ ସ୍କୁଲ ହେଲେ ମଧ୍ୟ ସେ ସର୍ବଦା ଆମ ପରମ୍ପରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରି କିଛି ଅଲଗା ଚିନ୍ତା କରିଛି । ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧ୍ୟେଶ ଥିଲା ଅଞ୍ଚଳର ସମସ୍ତ କୁନି କୁନି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା । ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଅକ୍ଷର ଅଭ୍ୟାସ ନିମନ୍ତେ ଆବଶ୍ୟକୀୟ ସିଲଟ , ଖାତା , ଖଡି , ପେନ୍ ସିଲ , ରବର ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇ ବିନା ପଇସାରେ ଅକ୍ଷର ଅଭ୍ୟାସ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ବହୁସଂଖ୍ୟାରେ ଅଭିଭାବକ ମାନେ ଆସି ଆନନ୍ଦର ସହ ନିଜ ନିଜ ପିଲାଙ୍କ ଅକ୍ଷର ଅଭ୍ୟାସ କରାଇଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦର ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୋଖରା ଗ୍ରାମରେ ମାଁ ଠାକୁରାଣୀ ଙ୍କ ବଡ ବୋଲେନ୍ ଯାତ୍ରା ଅନୁଷ୍ଠିତ

ବାଲିଗୁଡା ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ଯାତ୍ରାରମ୍ଭ: ନିମନ୍ତ୍ରଣ ପରେ ଫୁଲଚାଙ୍ଗୁଡ଼ି ପୂଜା ଓ ଦିଗବନ୍ଧନ ଶେଷ

masiha

ଶ୍ରୀଗଣେଶ ପୂଜା କମିଟି ଖଇରା ଓ ଲିଜେଣ୍ଡ ଲାୟନସ୍ କ୍ଲବ ଖଇରାର ଗଜାନନ ପୂଜା

masiha

Leave a Comment

error: Content is protected !!