ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

ଜୁନାଗଡ଼,୭/୧୦(ନି.ପ୍ର)ଗତ କାଲି ଜୟପାଟଣା ଗନ୍ଧିଗ୍ରାମ ପଡ଼ାର ଗୋବିନ୍ଦ ବଲ୍ଲଭ ନାଏକ ବୟସ(୨୬) ଭବାନୀପାଟଣା ରୁ ତା ସାଙ୍ଗ ଶୁଭମ୍ କୁମାର ଅଗ୍ରୱାଲ (ସମ୍ଭୁ) ସହ ମୋଟର ସାଇକଲ ରେ ଫେରୁଥିଲା ସମୟରେ ମହିଚଲା ଗ୍ରାମ ପାଖରେ କାର୍ତ୍ତିକ ମାଝୀ ସହ ଦୂର୍ଘଟଣା ହୋଇଥିଲା ।।ମହିଚଳା ର ପୂର୍ବତନ ସରପଞ୍ଚ ଅଜୟ ବେହେରା ତାଙ୍କୁ ୧୦୮ ଆମ୍ବୁଲାନ୍ସ ଡାକି ଜୁନାଗଡ ହସ୍ପିଟାଲ କୁ ପଠାଇଲେ ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ ହୋଇଯାଇଥିଲା। ଅନ୍ୟ ପକ୍ଷରେ କାର୍ତିକ ମାଝୀ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।ମୃତ ଗୋବିନ୍ଦଙ୍କୁ ବୋଧେ ତାଙ୍କୁ ମାଡ ମାରି ମାରି ମାରିଦେଇଥିବା ସନ୍ଧେହ ଜୁନାଗଡ଼ ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବାଥାନା ଅଧିକାରୀ ଶେଷଦେଵ ବେହେରା ପ୍ରକାଶ କରିଛନ୍ତି। ପ୍ରତିବାଦରେ ପରିବାର ଲୋକେ ଓ ସମର୍ଥକ କିଛି ସମୟ ସ୍ଥାନୀୟ ଥାନା ସମ୍ବୁଖ ଶବ ରଖି ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।ବୁଝା ସୁଝା ପରେ ସେମାନେ ରାସ୍ତା ରୋକରୁ ହଟିଥିଲେ।ପରେ ଶବକୁ ପରିବାର ଲୋକେ ନେଇ ଜୟପାଟଣା ଫେରିଥିଲେ।ଅନ୍ୟପକ୍ଷରେ ସମ୍ବୁ ଅଗ୍ରୱାଲ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି।ତାଙ୍କର ଏକ ସ୍ତ୍ରୀ ପ୍ରିୟଙ୍କା ନାଏକ ଓ ଛୋଟ ଶିଶୁ ପୁତ୍ର ୨ ବର୍ଷର ଅଛନ୍ତି।।ଏହି ଘଟଣାକୁ ନେଇ ସାମାନ୍ୟ ଉତ୍ତେଜନା ରହିଥିବା ଜଣାଯାଇଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନୂଆ- ଓ, ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ 

masiha

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକଙ୍କ କୃଷି ସମ୍ପର୍କିତ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!