ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବସ୍ତା ବ୍ଲକ ରେ ସାଂସଦ ଖେଳ ମହାକୁମ୍ଭ ଆରମ୍ବ

ବସ୍ତା ବ୍ଲକ ରେ ସାଂସଦ ଖେଳ ମହାକୁମ୍ଭ ଆରମ୍ବ

ବସ୍ତା,22/02 : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଗତ ୨୦ ତାରିଖ ରୁ ବାଲେଶ୍ବର ଲୋକସଭା କ୍ଷେତ୍ର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ତତ୍ବାବଧାନ ରେ ସାଂସଦ ଖେଳ ମହାକୁମ୍ଭ ପ୍ରତ୍ୟେକ ବ୍ଲକ୍ ରେ ଆରମ୍ଭ ହୋଇଛି।ଏହି ଖେଳ ମହାକୁମ୍ଭ ର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାର ଖେଳ ର ପ୍ରଚାର ଏବଂ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମାନବଳକୁ ଦୃଢ଼ କରିବା। ତେବେ ଗୁରୁବାର ସକାଳ 10 ଟା ସମୟରେ ଏହି ସାଂସଦ ଖେଳ ମହାକୁମ୍ଭ ର ପ୍ରଥମ ଦିନ ରେ ବସ୍ତା ବ୍ଲକ୍ ଅନ୍ତର୍ଗତ ଛଚିନା ଗ୍ରାମ ପଡ଼ିଆ ରେ ଏହି ମହାକୁମ୍ଭ ର ଉଦଘାଟନ ହେଇଅଛି l ଏହି ଅବସରରେ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା, ଜିଲ୍ଲା ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ରବୀନ୍ଦ୍ର ଜୈନ,ଶ୍ୟାମାପ୍ରସାଦ ବେହେରା,ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ସଭାପତି ବସନ୍ତ ବାରିକ, ଫରନାଲ୍ ବିଶ୍ୱାଳ, ଇ. ଦିବାକର ରାଉତ, ରଞ୍ଜନ ବେହେର,ଆକାଶ ବେହେରା, ରଜତ ରଞ୍ଜନ ଦାଶ ଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପଡ଼ିଆ ରେ ଆୟୋଜିତ ବ୍ଲକ୍ ସ୍ତରୀୟ ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଭାଗନେଇଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ। ଏହି ଖେଳ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୂର୍ଣ୍ଣ ଚନ୍ଦ୍ର ମାଝୀ ସ୍ମାରକୀ ଫୁଟବଲ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ଜବାହର ନବୋଦୟ ବିଦ୍ୟାଳୟ ନର୍ଲା ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

Sunil Chandra Nayak

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ଉଦଯାପିତ 

masiha

Leave a Comment

error: Content is protected !!