ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଦ୍ରାସାହି ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ବୃକ୍ଷ ଓ ଗୌରବ ଧ୍ୱଜରେ ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା

ଭଦ୍ରାସାହି ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ
ବୃକ୍ଷ ଓ ଗୌରବ ଧ୍ୱଜରେ ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷା ଓ ଦେଶପ୍ରେମର ବାର୍ତ୍ତା

ଭଦ୍ରାସାହି, ୨୭/୮ (ନି.ପ୍ର.): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ପ୍ରିନ୍ସ କୁମାର ଆପଟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯଦୁମଣି ବାରିକ, ସମ୍ପାଦକ ଅର୍ଜୁନ ସାଣ୍ଡିଲ ଓ କୋଷାଧ୍ୟକ୍ଷ ଗୁରୁଚରଣ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଆରମ୍ଭରେ ପ୍ରଧାନ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ମହାକୁଡ଼ ଅତିଥି ପରିଚୟ ପ୍ରଦାନ କରିବା ସହ ରକ୍ଷାବନ୍ଧନର ମହତ୍ତ୍ୱ ଓ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହ, ଆସ୍ଥା ଓ ପରସ୍ପର ସୁରକ୍ଷାର ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ।

ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ରକ୍ଷାବନ୍ଧନ କେବଳ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ ନୁହେଁ, ଏହା ସ୍ନେହ, ସମ୍ପ୍ରୀତି, ଏକତା ଓ ପରସ୍ପର ସହଯୋଗର ମଧ୍ୟ ଏକ ପବିତ୍ର ପ୍ରତୀକ।

ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ଖୁଆଇ ଉତ୍ସବର ଆନନ୍ଦ ବାଣ୍ଟିଥିଲେ। ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଛାତ୍ରଛାତ୍ରୀମାନେ ବୃକ୍ଷ ଓ ଗୌରବ ଧ୍ୱଜରେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ଏହା ମାଧ୍ୟମରେ ‘ବୃକ୍ଷ ଆମର ଜୀବନରକ୍ଷକ’ ବୋଲି ସଚେତନତା ସୃଷ୍ଟି କରିବା ସହ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା।

ପରେ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଓ ଛାତ୍ରଛାତ୍ରୀମାନେ ଝାଡ଼ାଗାଁ, ଭଦ୍ରାସାହି ଓ ଭୂଷଗାଁ ଅଞ୍ଚଳରେ ନଗର ପରିକ୍ରମା କରି ରକ୍ଷାବନ୍ଧନର ସାମାଜିକ ଓ ସାଂସ୍କୃତିକ ବାର୍ତ୍ତା ପ୍ରଚାର କରିଥିଲେ।ସଭାକୁ ବରିଷ୍ଠ ଆଚାର୍ଯ୍ୟା ମିନା ବାରିକ ସୁଚାରୁ ଭାବେ ପରିଚାଳନା କରିଥିବାବେଳେ ବରିଷ୍ଠ ଆଚାର୍ଯ୍ୟା ସ୍ୱପ୍ନାରାଣୀ ସେନାପତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମାଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଏଫ୍. ଏମ୍. କଲେଜ ଛାତ୍ରୀ ସୌମ୍ୟାଶ୍ରୀ ର ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଓ ବଳଙ୍ଗା, ନବରଙ୍ଗପୁର ସହ ଜଗତ୍ସିଂହପୁର ଛାତ୍ରୀ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ଵଳନ 

Sunil Chandra Nayak

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

masiha

ଶାରଳା ପରିବାର ପକ୍ଷରୁ ରଥଯାତ୍ରା ଅବସରରେ କାନିକା ପ୍ରସାଦ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!