ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଳି ବିଦେଶୀ ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ

ନୂଆପଡା  // ନୂଆପଡା ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡଧରଣର ସଫଳତା ମିଳିଛି । ନକଳି ବିଦେଶୀ ମଦ କାରଖାନା ଠାବ କରିବା ସହ ଲକ୍ଷାଧିକ ଟଙ୍କା ମୁଲ୍ୟର ଅସଲି କମ୍ପାନୀର ଲେବଲ ଓ ଠିପି ଜବତ କରା ଯାଇଛି । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରା ଯାଉଛି । ନୂଆପଡା ଜିଲ୍ଲା ଖରିଆରରୋଡରେ ଏକ ନକଳି ବିଦେଶୀ ମଦ କାରବାର ହେଉ ଥିବା ଅବକାରୀ ବିଭାଗକୁ ସୂଚନା ମିଳି ଥିଲା । ସେଠାରେ ଚଢାଉ କଲା ପରେ ବ୍ୟବସାୟ ସମ୍ବଲପୁର ,ବଲାଙ୍ଗିର, ବରଗଡ,କଳାହାଣ୍ତି ଆଦି ଜିଲ୍ଲାରେ ଚାଳୁ ଥିବା ଜଣା ପଡି ଥିଲା । ସମ୍ବଲପୁର ମୋଦୀପଡା ଦେଉଳବନ୍ଧରେ ବଡ କାରଖାନା ଚଳାଉ ଥିବା ଜଣା ପଡି ଥିଲା । ସମ୍ବଲପୁରରୁ ବିକାଶ କୁମାର ନାମ ଜନୈକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଅଟକ ରଖିଛି । ତା ଠାରୁ ୫୧୯୭୭ ଗୋଟି କର୍କ, କମ୍ପାନୀ ଲେବଲ ୧୦୩୩୩ ,ଇଏଏଲ ୨୩୫୦୦ ଓ ୨୦ ଲିଟର ନକଲି ବିଦେଶୀ ମଦ ଜବତ କରା ଯାଇଛି । ଅଟକ ବିକାଶ କୁମାର ବିହାରର ମୁଳବାସିନ୍ଦା ଅଟେ ବୋଲି ଜଣାପଡିଛି । ବିଭିନ୍ନ ଜିଲ୍ଲାରେ ଏ ଯାଏ ୮ ଗୋଟି କେଶ କରା ଯାଇଛି । ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦେଶୀ ଓ ବିଦେଶୀ ମଦ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

ବାପା ହତ୍ୟାକାରୀ ପୁଅର ଆତ୍ମହତ୍ୟା,ଏକ ନାଳରୁ ଉଦ୍ଧାର ହେଲା ଶବ

ଅବକାରୀ ବିଭାଗର ଚଢାଉ ୨୪ କୁଇଣ୍ଟାଲ ମହୁଲ ଜବତ, ୨ ଗିରଫ 

masiha

Leave a Comment

error: Content is protected !!