ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

ରାଉରକେଲା/ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସମ୍ବଲପୁରୀ ଦିନ ପାଳନ ତଥା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମଦିନ ଅବସରରେ ସେକଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ସମ୍ବଲପୁରୀ ସାହିତ୍ୟର ସୁନାମଧନ୍ୟ ଗବେଷକ ସାହିତ୍ୟିକ ଡକ୍ଟର ଶ୍ୟାମସୁନ୍ଦର ଧର। ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ନିଜ ସ୍ୱାଗତ ଭାଷଣରେ ସଭିଙ୍କୁ ସ୍ୱାଗତ କରିବା ସହ ପରିଷଦ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକ କରିଥିଲେ। ସମ୍ବଲପୁରୀ ଦିନ ପାଳନ ଅବସରରେ ପଶ୍ଚିମ ଓଡ଼ିଶାର ଭାଷା, କଳା,ସଂସ୍କୃତି ଓ ବୟନଶିଳ୍ପ ର କିପରି ଆହୁରି ବିକଶିତ ହୋଇ ପାରିବ, ଯାହା ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ସ୍ବପ୍ନ ଥିଲା ସେ ଦିଗରେ ମଧ୍ୟ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡଃ ଧର ସତ୍ୟନାରାୟଣ ବହିଦାର ଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିବା ସହ ସମ୍ବଲପୁରୀ ଭାଷା ଓ ସାହିତ୍ୟ ତଥା ସଂସ୍କୃତି ପ୍ରତି ତାଙ୍କ ଗଭୀର ଅନୁରକ୍ତି ଓ ଅକୁଣ୍ଠିତ ଅବଦାନ କୁ ତାଙ୍କରି କାଳଜୟୀ ସର୍ଜନା ର ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ଏହି ଅବସରରେ ପରିଷଦ ର କଳାକାର ସଭ୍ୟ ଓ ତାଙ୍କ ପରିବାର ବର୍ଗଙ୍କ ସହଯୋଗ ରେ ଓ ରମେଶ ସୁନାଙ୍କ ତତ୍ୱାବଧାନ ରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା। ଶିଶୁଠାରୁ ବୟସ୍କ ଉଭୟ ନାରୀ ଓ ପୁରୁଷ ମାନେ ଏଥିରେ ନିଜ କଳା ପ୍ରଦର୍ଶନ କରି ସମଲେଇ ଭଜନ ଠାରୁ ଆରମ୍ଭ କରି ଡାଲଖାଇ, ମାଇଲାଜଡ଼, ରସର ର୍କେଲି, ଆଦି ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମ କୁ ଶ୍ରୀକାନ୍ତ ଷଡ଼ଙ୍ଗୀ ପରିଚାଳନା କରିଥିଲା ବେଳେ ପରିଷଦ ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଉପଦେଷ୍ଟା ଭଗବାନ ପତି, ପୀତବାସ ପ୍ରଧାନ, ଡଃ କଶୋରୀ ଦାଶ, ବିମଲ ବିଶି,ଅଜୟ ମିଶ୍ର,ଡାକ୍ତର ସୁବୋଧ ମେହେର,ଉମେଶ ଚନ୍ଦ୍ର ବେହେରା, ନରେନ୍ଦ୍ର ତ୍ରିପାଠୀ,ଗୌରୀ ଶଙ୍କର ପ୍ରଧାନ,ନରେନ୍ଦ୍ର ମିଶ୍ର,ସୂର୍ଯ୍ୟ ପାଢ଼ୀ, ଶୁଭେନ୍ଦୁ ପଣ୍ଡା, ଅଶୋକ ଭଇନ୍ସଲ, ଦେବାଶିଷ ମିଶ୍ର , ଉଦୟ ମିଶ୍ର, ନିବାସ,ଦେବେଶ ପୁରୋହିତ, କୁନାଲ ମେହେର,ମଦନ ବେହେରା,ପ୍ରତାପ ମେହେର, ପଦ୍ମଲୋଚନ ବାଘ, ଓ ମୋତିରାମ ମେହେର, ସହର ର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ଡାକ୍ତର ବିଜୟ ସାହୁ, ଡ଼କ୍ଟର ସନାତନ ପ୍ରଧାନ, ତପସ୍ୱିନୀ ବହିଦାର,ଡ଼କ୍ଟର ଗଜିନ୍ଦ୍ର ମେହେର, ଡାକ୍ତର ଦୌଲତ ସରାଫ, ଅକ୍ଷୟ କୁମାର ଦାସ, ଡାକ୍ତର ଅନିନ୍ଦିତା ଦେବତା ପ୍ରମୁଖ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

କଳା ବ୍ୟାଚ ପରିଧାନ କଲେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ

Sunil Chandra Nayak

ବ୍ଲକ ସ୍ତରୀୟ ଚଇତି, ଲୋକ ମହୋତ୍ସବ ୨୦୨୪ ବିଷମକଟକ ବ୍ଲକରେ ଧୁମଧାମରେ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!