ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଆଠ ଶହ କଂଗ୍ରେସ କର୍ମୀ ସାମୁହିକ ଇସ୍ତଫା ପ୍ରଦାନ
-ଆଜି ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ନର୍ଲା ନିର୍ବାଚନ ମଣ୍ଡଳୀ ର ବରିଷ୍ଟ କଂଗ୍ରେସ କର୍ମୀ ଗଜିନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଆଠ ଶହ କଂଗ୍ରେସ କର୍ମୀ ସାମୁହିକ ଇସ୍ତଫା ପ୍ରଦାନ କରିଥିବା ସୂଚନା ଦେଈଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ 2024 ବିଧାନସଭା ନିର୍ବାଚନ ରେ ନର୍ଲା ଆସନ ରେ ବରିଷ୍ଟ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସ ନର୍ଲା ଆସନରେ ଛିଡ଼ା ହୋଇ ପରାଜୟ ବରଣ କରିଥିଲେ ତେଣୁ ସେହି ଦିନ ଠାରୁ ସମାଜ ସେବା ବାବୁଲି ମଣ୍ଡଳ ଙ୍କ ସମର୍ଥକ ମାନଙ୍କୁ କଂଗ୍ରେସ ପାର୍ଟି ର କୌଣସି କାର୍ଯ୍ୟକ୍ରମ କୁ ସାମିଲ ନ କରିବା ହେତୁ ଶ୍ରୀ ମଣ୍ଡଳ ଙ୍କ ସମର୍ଥକ ମାନେ ଭକ୍ତ ଚରଣ ଦାସ ଙ୍କ କାର୍ଯ୍ଯ କଳାପ ରେ ଅସନ୍ତୁଷ୍ଟ ପ୍ରକାଶ କରି ଆଠ ଶହ କଂଗ୍ରେସ କର୍ମୀ ଏକ କାଳୀନ ସାମୁହିକ ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ବହୁ ସ୍ୱାକ୍ଷର ସମ୍ବଳିଟ ଲିଖିତ ଇସ୍ତଫା ପ୍ରଦାନ କରିଥିବା ସାମ୍ୱାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି।
ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍

