ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧରାକୋଟ ରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

ଧରାକୋଟ ରେ କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

ଆସିକା,୯/୯/୨୫ —  ଧରାକୋଟ ବ୍ଲକର ବେଠୁଆର ସ୍ଥିତ ମା ଘୋଡାଦେଇ ଙ୍କ ପୀଠରେ ସାନଖେମୁଣ୍ଡି କଂଗ୍ରେସ ଦଳ ତରଫରୁ ସଙ୍ଗଠନ ସୃଜନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଏ ଆଇ ସି ସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସମ୍ପାଦକ ସଚିନ ନାୟକ, ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବାଲିକୁଦା ବିଧାୟକ ଲଲାଟେନ୍ଦୁ ମହାପାତ୍ର, ରାଜ୍ୟ ପ୍ରଭାରୀ ସ୍ୱାଗତିକା ପଟନାୟକ, ସହ ପ୍ରଭାରୀ ବିଜୟ ପ୍ରଧାନ,ଖଲିକୋଟ ବିଧାୟକ ପ୍ରାର୍ଥୀ ତଥା ଏସ ସି ସେଲ ଅଧ୍ୟକ୍ଷ ଚିତ୍ରସେନ ବେହେରା,ଗଞ୍ଜାମ ଦକ୍ଷିଣ ସଂଯୋଜକ ଦେବକାନ୍ତ ଶର୍ମା,ସାମାଜିକ ଗଣ ମାଧ୍ୟମ ତଥା ଡିଜିଟାଲ ଯୋଗାଯୋଗ ସଦସ୍ୟ ମାନସ ପୂର୍ଣ୍ଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। କଂଗ୍ରେସ ଦଳ ର ଯୁବନେତା ଶତ୍ରୁଘ୍ନ ଗୌଡ଼ ଙ୍କ ସଂଯୋଜନାରେ ଏହି ବୈଠକରେ କଂଗ୍ରେସ ଦଳର ଆଦର୍ଶ ,ରାହୁଲ ଗାନ୍ଧୀଙ୍କ ମାର୍ଗ ଦର୍ଶନ ଦ୍ଵାରା ସଂଗଠନକୁ ସୁଦୃଢ କରିବା ସହ କର୍ମୀଙ୍କ ଦ୍ଵାରା ନେତା ଚୟନ କରିବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ। ଆଜିର ବୈଠକରେ ଏ ଆଇ ସି ସି ପ୍ରଭାରୀ ପଶ୍ଚିମ ଗଞ୍ଜାମ ଜିଲ୍ଲାର ସଭାପତି ଚୟନ ପାଇଁ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ପୂର୍ବତନ ସରପଂଚ ସୁଧାକର ସ୍ବାଇଁ, ହାମ୍ବୁଲୁ ବିଷୋୟୀ ଏହି ଅବସରରେ ନିଜର ସୁସଂଗଠିତ ମତାମତ ରଖିଥିବା ବେଳେ ଧରାକୋଟ ବ୍ଲକର ଅଠର ଗୋଟି ପଞ୍ଚାୟତ ର ଶହ ଶହ କର୍ମୀ ଏଥିରେ ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବିଜେପି ପକ୍ଷରୁ ଆମପାଣି ବୁଢ଼ାରଜା ମନ୍ଦିରରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ ଶୁଭାରମ୍ଭ, ଯୋଗଦେଲେ ସାଂସଦ 

masiha

ବିଜେପି ର ବନ୍ଧୁଗାଁ ବ୍ଲକ ଘେରାଉ 

masiha

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିୟୋଗରେ ଡାବୁଗାଁ ବିଜେଡିର ଶୋକ ସଭା

Sunil Chandra Nayak

Leave a Comment

error: Content is protected !!