ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କର୍ଲାମୁଣ୍ଡା ଭାଜପା ର ସାଂଗଠନିକ ବୈଠକ

କର୍ଲାମୁଣ୍ଡା ଭାଜପା ର ସାଂଗଠନିକ ବୈଠକ

କର୍ଲାମୁଣ୍ଡା,(ସୁଶାନ୍ତ ରଣା): ଭାଜପା ଯୁବ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ଅଭିନାଶ ନନ୍ଦଙ୍କ ମଙ୍ଗଳବାର ପ୍ରଥମ କର୍ଲାମୁଣ୍ଡା ବ୍ଲକ ଗସ୍ତ କରିଥିଲେ । ଏହି ଅବସରର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଭାଜପା କର୍ଲାମୁଣ୍ଡା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ସୂର୍ଯ୍ୟମଣି ଘିଭେଲା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଭାଜପା ଯୁବ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ଅଭିନାଶ ନନ୍ଦ, ମଣ୍ଡଳ ସଭାପତି ଡୋଳାମଣି ଭୋଇ, ମଣ୍ଡଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ଜୈନ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ କିପରି ଯୁବ ମୋର୍ଚ୍ଚା ସଙ୍ଗଠନକୁ ତୃଣ ମୂଳସ୍ତରରେ ସୁଦୃଢ଼ କରିବା ସହ ଭାଜପା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକ ଲୋଚନକୁ ପହଞ୍ଚି ପାରିବ ସେ ନେଇ ଆଲୋଚନା କରିଥିଲେ । ଏଥିରେ ଚିତ୍ରସେନ ସାହୁ, ସାଧାରଣ ସମ୍ପାଦକ କ୍ଷମା ସାଗର ରଣା, ବନମାଳୀ ସାହୁ, ଲିଙ୍ଗରାଜ ସାହୁ, ରାଜେନ୍ଦ୍ର ନାରାୟଣ ମିଶ୍ର, ବାହନ ସାହୁ, ସୁଶିଲ ସାହୁ, ଗୁଣନିଧି ସାହୁ, ସୁଧୀର ତାଣ୍ଡି ଙ୍କ ସମେତ କର୍ଲାମୁଣ୍ଡାର ଶତାଧିକ ଭାଜପା କର୍ମୀ ଯୋଗଦେଇଥିଲେ ।

Related posts

ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାରେ ଓଲ୍ହାଇଲା ଜିଲ୍ଲା ଯୁବକଂଗ୍ରସ

Sunil Chandra Nayak

କଟକ ସଦର ମାଟିର ଶାଶ୍ଵତ ସ୍ପନ୍ଦନ ଇଂ.ପ୍ରକାଶ ଚନ୍ଦ୍ର ସେଠୀ 

masiha

ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!