ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସାଂସଦ ସୁଜିତକୁମାର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୧୯/୧(ମନୀସ)ଜୁନାଗଡ଼ ନଗର ବିଜେପି ଟରଫରୁ ରାଜ୍ୟସଭା ସାଂସଦ ସୁଜିତକୁମାରଙ୍କୁ ସ୍ଥାନୀୟ ହୋଟେଲ ଓରିଅନ ପରିସର ମଧ୍ୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏବି ଅବସରରେ ନଗର ସଭାପତି ଶିବରାମ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଅଜୟ ପାଣିଗ୍ରାହୀ ,ପୁର୍ବତନ ନଗର ପାଳ ମୁକେଶ ଅଗ୍ରୱାଲ ,ପ୍ରମୁଖ ସାଂସଦ ସୁଜିତକୁମାର ଙ୍କୁ ନଗର ବାସୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଜୁନାଗଡ଼ ସହରର ବିକାଶ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ସହରରେ ବାଇପାସ ରାସ୍ତା, ରେଳ ଭିତ୍ତିଭୂମି ର ବିକାଶ ସହ ଏଠାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସାଂସଦ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।ସହରର ମହିଳା ସଂଗଠନ, ପାଇକ ସମାଜ, ମାରବାଡ଼ି ସମାଜ, ମାର ବାଡ଼ି ଯୁବମାଞ୍ଚ ,ବହୁଜନ ସଂଗ୍ରାମ ସମିତି,ସିଟିଜେନ କମିଟି, ବରିଷ୍ଠ ନାଗରିକ କମିଟି,ଏକ୍ସ ଆର୍ମି, ସାମ୍ବାଦିକ ସଂଘ,ପ୍ରଭୁତି ବିଭିନ୍ନ ସଂଗଠନ ତରଫରୁ ସଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ପୁର୍ବତନ ବ୍ଲକ ଅଧକ୍ଷ୍ୟ ମନୋଜ ମେହେର, ସୁଧାଂଶୁ ବରାଦ କାଳିନ୍ଦ୍ରୀ ପାଣିଗ୍ରାହୀ, ସତ୍ୟନାରାୟଣ ପଣ୍ଡା, ରଂଜନକୁମାର ଜାଲ,କାଞ୍ଚନ ବାଗ,ଅଂଶୁମାନ ଯୋଶୀ ଙ୍କ ସମେତ ଅନେକ ବିଜେପି କର୍ମୀ ଓ ସହରବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

masiha

ବିଜେଡି ଛାଡ଼ି କଂଗ୍ରେସ ରେ ମିଶିଲେ ୪ ସମିତି ସଭ୍ୟ/ସଭ୍ୟା

masiha

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ଝରିଗାଁ ବିଧାନସଭା ଗସ୍ତ ଓ ରୋଡ ସୋ

masiha

Leave a Comment

error: Content is protected !!