ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

ବିଜେଡି ର ମୋଟରସାଇକଲ ଶୋଭାଯାତ୍ରା 

ଡାବୁଗାଁ, ୩/୪ (ମ.ନି.ସ.)- ସାଧାରଣ ନିର୍ବାଚନ ଘୋଷଣା ହେବ ପରେ ରାଜ୍ୟରେ ବିଜେଡ଼ିର ବିଭିନ୍ନ ବିଧାନସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କରାଯିବା ପରେ ନବରଙ୍ଗପୁର ଜିଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପାର୍ଥୀ ଭାବେ ମନୋହର ରନ୍ଧାରୀ ଟିକେଟ ପାଇଥିଲେ | ଟିକେଟ ପାଇବା ପରେ ବୁଧବାର ଡାବୁଗାଁ ଠାରେ ବିଜେଡି ପାର୍ଥୀ ମୋଟରସାଇକଲ ଶୋଭାଯାତ୍ରା କରି ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡି ବିଧାୟକ ପାର୍ଥି ଓ ବିଜେଡି କର୍ମୀ ମାନେ ମୋଟରସାଇକଲ ଯୋଗେ ଡାବୁଗାଁ ଠାରୁ ବାହାରି ବଡଓଲମା , ଜବାଗୁଡ଼ା ଓ ଜୁନାପାଣି ପଞ୍ଚାୟତ ରେ ବିଜେଡି କର୍ମୀ ମାନେ ମୋଟରସାଇକେଲ ଯୋଗେ ରାଲି କରି ପ୍ରତି ଗ୍ରାମରେ ପହଞ୍ଚି ପ୍ରଚାର କରିଥିଲେ | ଶେଷରେ ଜୁନାପାଣି ସାପଧରଗୁଡା ଗ୍ରାମରେ ମୋଟର ସାଇକେଲ ରାଲି ପହଞ୍ଚିଥିଲା | ବିଧାୟକ ପାର୍ଥି ଙ୍କୁ ପ୍ରତ୍ୟେକ ଗ୍ରାମରେ ଜନସାଧାରଣ ମାନେ ସ୍ଵାଗତ ଜଣାଇଥିଲେ । ଏହି ରାଲୀରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ଏମପି ପ୍ରତିନିଧି ଏମ ଆପ୍ପା ରାଓ , ଡାବୁଗାଁ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ପ୍ରତି ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ବହୁତ କର୍ମୀ ମାନେ ସାମିଲ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆପଡା ରେ ଡିଫାଇନ୍ କଳାହାଣ୍ଡିର ରୋଡ଼ ସୋ

masiha

ବହୁଜନ ସମାଜ ପାର୍ଟି କଳାହାଣ୍ଡି ପକ୍ଷ ରୁ ବ୍ଲକ କମିଟି ଗଠନ

ବୈଜୟନ୍ତ ପଣ୍ଡା ଙ୍କ ବିଜୟ ଶୋଭାଯାତ୍ରା ମହା ସମାରୋହ ରେ ଅନୁଷ୍ଠିତ

masiha

Leave a Comment

error: Content is protected !!