ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଲେ ଓ୍ବାର୍ଡ଼ମେମ୍ବର

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଲେ ଓ୍ବାର୍ଡ଼ମେମ୍ବର

ବସ୍ତା ,୩।୪: ୱାର୍ଡମେମ୍ବର ମାନଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଓ୍ବାର୍ଡ଼ମେମ୍ବର ମାନେ ପଞ୍ଚାୟତ କାର୍ଯ୍ଯାଳୟ ଭିତରେ ରାତି ସାରା ତାଲା ମାରି ଅଟକ ରଖିବା ଘଟଣା ବସ୍ତା ବ୍ଲକ ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି।ସୂଚନା ଅନୁଯାୟୀ ବସ୍ତା ବ୍ଲକ ମଥାନୀ ପଂଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଭାଗବତ ବିଶ୍ୱାଳ ଦୀର୍ଘଦିନ ହେବ କାର୍ଯ୍ୟ କରି ଆସୁଛନ୍ତି।ଗତ ୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ଓ ସେପ୍ଟେମ୍ୱର ମାସରେ ସରପଞ୍ଚ ମାନେ ଷ୍ଟ୍ରାଇକରେ ଥିବାରୁ ଦୁଇ ମାସ ପଞ୍ଚାୟତ ର କୌଣସି ମିଟିଂ ହୋଇପାରି ନଥିଲା। ତେଣୁ ୱାର୍ଡମେମ୍ବର ମାନଙ୍କୁ ଦୀର୍ଘ ୭ ମାସର ଭତ୍ତା ଜାଗାରେ ମାତ୍ର ୫ ମାସର ଭତ୍ତା ଦେଇ ଅବଶିଷ୍ଟ ୨ ମାସର ଭତ୍ତା ଟଙ୍କା ନଦେବାରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ବିଶ୍ବାଳଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଯାହାକୁ ନେଇ ୱାର୍ଡମେମ୍ବର ଏବଂ ଶ୍ରୀ ବିଶ୍ବାଳଙ୍କ ମଧ୍ଯରେ ପାଟିତୁଣ୍ତ ହୋଇ ଥିଲା।ଅଧିକାରୀ ଜଣକ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଅଭିଯୋଗ କରି ତୁରନ୍ତ ଭତ୍ତା ପ୍ରଦାନ ଦାବିରେ ୱାର୍ଡମେମ୍ବର ମାନେ ମଙ୍ଗଳବାର ରାତି ଠାରୁ ବୁଧବାର ସକାଳ ପର୍ଯ୍ଯନ୍ତ ଭାଗବତଙ୍କୁ ପଞ୍ଚାୟତ କାର୍ଯ୍ଯାଳୟ ରେ ତାଲା ମାରି ଅଟକ ରଖିଥିଲେ। ଏନେଇ ଶ୍ରୀ ବିଶ୍ବାଳଙ୍କୁ ପଚାରିବାରୁ ସରପଞ୍ଚଙ୍କ ଷ୍ଟ୍ରାଇକ ପାଇଁ ମିଟିଂ ହୋଇ ନଥିବାରୁ ୱ୍ବାର୍ଡ ମେମ୍ବର ମାନଙ୍କ ଭତ୍ତା ଦିଆଯିବ ନାହିଁ ବୋଲି କହିଛନ୍ତି।ତେବେ ଶେଷ ମୁହୁର୍ତ୍ତରେ ସରପଞ୍ଚ ମମତାରାଣୀ ସିଟ୍ ପହଞ୍ଚି ଓ୍ବାଡମେମ୍ବର ମାନଙ୍କ ସହ ଆଲୋଚନା କଲା ପରେ ଉତ୍ତେଜନା ଥମିଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ବରବାହାଲରେ କଳଙ୍ଗା ସମାଜର ବାର୍ଷିକ ପୂଜା ମହୋତ୍ସବ ପାଳିତ …!!!

masiha

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ           

masiha

Leave a Comment

error: Content is protected !!