ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖେଜୁରୀ ବଡ଼ସାହି ରୁ କାହୁବେଡା ରାସ୍ତା କାଦୁଅ ପଚ ପଚ

ଖେଜୁରୀ ବଡ଼ସାହି ରୁ କାହୁବେଡା ରାସ୍ତା କାଦୁଅ ପଚ ପଚ

 ମୟୂରଭଞ୍ଜ – ୩୦/୦୫ —  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମଢ଼େଇକଚା ପଞ୍ଚାୟତର ଖେଜୁରୀବଡ଼ ସାହି ରୁ କାହୁବେଡା ପର୍ଯ୍ୟନ୍ତ ରାସ୍ତା ବେହାଲ l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ଖେଜୁରୀ ବଡ଼ ସାହିଗାଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

masiha

ଉନ୍ମୋଚିତ ହେଲା ” ଗଛପାଇଁ ଗୀତଟିଏ ” ପୁସ୍ତକ 

Sunil Chandra Nayak

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ

Leave a Comment

error: Content is protected !!