ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

ଜୁନାଗଡ଼,୨୨/୩(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ବାସୀଙ୍କ ଆନୁକୂଲ୍ୟରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ଚବିଶ ପ୍ରହର ନାମ ଯଜ୍ଞର ଆୟୋଜନ କରାଯାଇଛି ।ଏହି ଅବସରରେ ଆଜି ରାଜପୁର ଗ୍ରାମର ଶତାଧିକ ମହିଳା ପୁରୁଷ ଏକ ତ୍ରିତ ହୋଇ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ପୁରୁନ୍ଧ ବନ୍ଦ ରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ଶ୍ରୀ ସିଦ୍ଧିବିନାୟକ ଘଣ୍ଟ ବାଦ୍ୟ , ରାଜପୁର ମହିଳା ସଂକୀର୍ତ୍ତନ ଦଲ,ହୁଳହୁଳି ର ଶବ୍ଦ ରେ ଗାଁ କମ୍ପି ଉଠି ଥିଲା । ଏଥିରେ କର୍ତ୍ତା ଭାବରେ ମନୋଜ କୁମାର ଠେଲା ଏବଂ ତାଙ୍କ ଧର୍ମ ପତ୍ନୀ ମାଧୁରୀ ଠେଲା ଦାୟିତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ଭାବରେ ଅଜିତ କୁମାର ପୁରୋହିତ, ବିଘ୍ନ ରାଜ ପତି ଶାନ୍ତନୁ ପାଣିଗ୍ରାହୀ, ହେମନ୍ତ ପୁରୋହିତ, ପ୍ରଦୀପ ପଣ୍ଡା, ସୁଶାନ୍ତ ପୁରୋହିତ, କୈଳାଶ ପୁରୋହିତ ଦାୟିତ୍ୱ ଗ୍ରହଣ କରିଥିଲେ । ମାର୍ଚ୍ଚ ୨୨ ତାରିଖ ଅଧିବାସ ଏବଂକଳସ ଯାତ୍ରା ଏବଂ ୨୩,୨୪, ଓ ୨୫, ତିନି ଦିନ ଧରି ଚୋବିଶ ପ୍ରହର ନାମ ଯଜ୍ଞର ଆୟୋଜନ କରାଯାଇଛି ।ଏଥିରେ ଆୟୋଜକ କମିଟିର ସଭାପତି, ଗଜିନ୍ଦ୍ର ମାଝୀ ,ଉପ ସଭାପତି, ଦାସରଥି ପୁରୋହିତ,ସମ୍ପାଦକ, ଅଭି ରାମ ପ୍ରଧାନି,ସହ ସମ୍ପାଦକ ହରିହର ନାଏକ, କୋଶାଧକ୍ଷ୍ୟ ସୁଶିଲ ମାଝୀ ଉପଦେଷ୍ଟା ରେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ସତ୍ୟ ଗୁରୁ, ଅଭିରାମ ବାଗ, ଦିଗାମ୍ବର ଠେଲା, ବ୍ୟମୋ କେଶ ପୁରୋହିତ, ଦୁଷ୍ମନ୍ତ କୁମାର ଠେଲା । ଆସନ୍ତା ୨୬ ତାରିଖ ହୋଳି ଦିନ ଦହି ହାଣ୍ଡି ଭଗ୍ନ ହେବ ଏବଂ ଅନେକ ଦୂର ଦୁରନ୍ତ ରୁ ମହିଳା ସଂକୀର୍ତ୍ତନ ଦଳର ଏବଂ ପୁରୁଷ ସଂକୀର୍ତ୍ତନ ଦଳ, ସାଥୀରେ ନାମ ସଂକୀର୍ତ୍ତନ ଗାନ କରିବାର କାର୍ଯ୍ୟକ୍ରମ ରହିଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

ଦୁବୁଲାବେଡା( ଵିକାଶନଗର)ରେ ଧୂମଧାମରେ ଗଜଲକ୍ଷ୍ମୀ ପୂଜା

masiha

ଜି ସି ଡି ହାଇସ୍କୁଲରେ ଭୋଟର ସାକ୍ଷରତା ଅଭିଯାନ

Sunil Chandra Nayak

Leave a Comment

error: Content is protected !!