ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀ

ରାଉରକେଲାରେ ସମ୍ବର୍ଦ୍ଧିତ ହେବେ ମୋ ଅନୁଷ୍ଠାନ ସମ୍ପାଦକ ଓ ଜ୍ଯୋତ୍ସ୍ନାରାଣୀ

ବାଲେଶ୍ଵର,୨୩/୩/୨୪- ସାହିତ୍ୟ ସାଧନା ଯେତିକି ଆନନ୍ଦ ଦେଇଥାଏ, ସେତିକି ମଧ୍ୟ ଖୁସି ଓ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଆନନ୍ଦ, ଖୁସି, ପରିଚୟ ସୃଷ୍ଟି ଓ ସାହିତ୍ୟ ଜ୍ଞାନର ବିକାଶ ନିମନ୍ତେ ସାହିତ୍ୟ ସଭାରେ ଯୋଗଦାନ ଏକା ସୌଭାଗ୍ୟର କଥା । ନୂତନ ପୁରାତନ ସାହିତ୍ୟ ବନ୍ଧୁ ମାନଙ୍କ ସହିତ ମିଶିବା, ହସ ଖୁସିରେ କିଛି ସମୟ ବିତେଇବା ହେଉଛି ସାହିତ୍ୟ ସଭାରେ ଯୋଗଦାନର ମୂଳ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ତା ୨୪/୩/୨୦୨୪ ରିଖ ରବିବାର ସୁନ୍ଦରଗଡ ଜିଲ୍ଲା ରାଉରକେଲା ସ୍ଥିତ ଗୋପବନ୍ଧୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରଶ୍ମିପ୍ରଭାର ସପ୍ତମ ବାର୍ଷିକ ଉତ୍ସବରେ ଯୋଗ ଦେବାପାଇଁ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ତା ୨୩/୩/୨୦୨୪ ରିଖ ଶନିବାର ରେଳ ଯୋଗେ ଭଦ୍ରକରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସାହିତ୍ୟ କୃତି ପାଇଁ ସେଠାରେ ରଶ୍ମିପ୍ରଭା ତରଫରୁ ଶ୍ରୀ ବେହେରା ରଶ୍ମିପ୍ରଭା ସାରସ୍ୱତ ସମ୍ମାନ-୨୦୨୪ ରେ ସମ୍ମାନିତ ହେବେ । ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ଆମନ୍ତ୍ରଣ କ୍ରମେ ରାଉରକେଲା ଗସ୍ତ । ଏଥି ସହିତ ବାଲେଶ୍ଵର ଜିଲ୍ଲା ଗଡସାହି, ରାଇବଣିଆ, ଜଳେଶ୍ବର, ବାଲେଶ୍ଵରର ସୁକବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି ରଶ୍ମିପ୍ରଭା ସାରସ୍ୱତ ସମ୍ମାନ-୨୦୨୪ରେ ସମ୍ମାନିତ ହେବା ପାଇଁ ରେଳ ଯୋଗେ ଯାତ୍ରା କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ବାଳସୁଧାର ଗୃହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!