ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସରେ ସମ୍ମାନିତ ହେଲେ ଶିକ୍ଷକ ସହଦେବ

ନର୍ଲା (ମନିସ)ଗତ ୧ ତାରିଖରେ ପାଳିତ ହୋଇଅଛି ଉତ୍କଳ ଦିବସ । ଏହି ଅବସରରେ ୨୦୧୭ ମସିହାର ରାଜ୍ୟ କୃତୀ ସମ୍ମାନ (ରାଜ୍ୟପାଳ ପୁରସ୍କାର) ତତ୍କାଳୀନ ବୋରଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହଦେବ ବୁଦ୍ଧିଆଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ପ୍ରଦାନ କରିଛନ୍ତି । ଶିକ୍ଷକ ଶ୍ରୀ ବୁଦ୍ଧିଆ ଜଣେ ଉତ୍ତମ ଶିକ୍ଷକର ଦାୟିତ୍ବ ନିର୍ବାହ କରି ତାଙ୍କ ଶିକ୍ଷକତା ଜୀବନରେ ଅନେକ ସମ୍ମାନିତ ହୋଇଛନ୍ତି । ସ୍ବଚ୍ଛ ବିଦ୍ୟାଳୟ, ମୋ ସ୍କୁଲ ଅଭିଯାନ,ସର୍ବ ଶ୍ରେଷ୍ଡ ବିଦ୍ୟାଳୟ ପରିଚାଳନା ଆଦିରେ ସେ ପୂର୍ବରୁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତତସହିତ ଶ୍ରୀଯୁକ୍ତ ବୁଦ୍ଧିଆ ଜଣେ ଛାତ୍ରବତ୍ସଳ,ନିଷ୍ଠାବାନ ଓ ଦାୟିତ୍ୱ ସମ୍ପନ୍ନ ଶିକ୍ଷକ ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା । ଏହା ଜଣା ପଡିବା ପରେ ବିଭିନ୍ନ ମହଲରୁ ଓ ବୁଦ୍ଧିଜୀବୀ ମାନେ ଶ୍ରୀ ବୁଦ୍ଧିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସାନ୍ତାଳୀ ସମାଜର ଆଇକନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ବାକ୍ସରୁ ୧୦ କୋଟି ଟଙ୍କା ଅନୁମୋଦନ ନେଇ ଦାଣ୍ଡବୋଷରେ ବିଶାଳ ଧନ୍ୟବାଦ ଉତ୍ସବ

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

Leave a Comment

error: Content is protected !!