ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ମଙ୍ଗଳ, ରାସୋଳ ପକ୍ଷରୁ ଐତିହାସିକ ପର୍ବ ଉତ୍କଳ ଦିବସ ପାଳିତ

ଢେ଼ଙ୍କାନାଳ/ହିନ୍ଦୋଳ (ମ ସୀ ହା)ଅଦ୍ଯ ତା ୦୧/୦୪/୨୩ରିଖ ଶନିବାର ଦିନ ସକାଳ ୯ଘଟିକା ସମୟରେ ଉତ୍କଳ ଦିବସ ଉପଲକ୍ଷେ ରାସୋଳ ଦେଉଳ ସାହି ସ୍ଥିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସଂଗଠନର ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ରଙ୍କର ବାସଭବନ ତଥା ସଂଗଠନର ପୁରୁଣା କାର୍ଯ୍ୟାଳୟଠାରେ ପାଳିତ ହୋଇ ଯାଇଛି ।

  ଉକ୍ତ ଅଧିବେଶନ ତଥା ଐତିହାସିକ ପର୍ବରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ,ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର,ସଭାନେତ୍ରୀ ଶ୍ରୀମତି ନିରୁପମା ମିଶ୍ର।ଉପ ସଭାନେତ୍ରୀ(ଅର୍ଥ)ଶ୍ରୀମତି ପ୍ରତିମା ପାଲ୍,ସହ ସଂପାଦିକା(ସଂଗଠନ) ଶ୍ରୀମତି ପ୍ରଭାସିନୀ ସାହୁ,ଉପସ୍ଥିତ ସେବକ ରୁଦ୍ର ଶତପଥୀ,ରଞ୍ଜିତ ଖୁଣ୍ଟିଆ,ଆଜୀବନ ସେବିକା ସୁଶ୍ରୀ ତପସ୍ବିନୀ ନାଏକ ଏବଂ ସେବିକା ଭଉଣୀ ଶ୍ରୀମତି ରୁନୁବାଳା ଚିନରା,ଶ୍ରୀମତି ସସ୍ମିତା ମିଶ୍ର ଆଦି ମାଲ୍ଯାର୍ପଣ କରିଥିଲେ।”ବନ୍ଦେ ଉତ୍କଳ ଜନନୀ”ସଂଗୀତ ଗାନ କରିବା ସହିତ ଉପଦେଷ୍ଟା ଶ୍ରୀମତି ସତ୍ଯଭାମା ମିଶ୍ର ଉତ୍କଳ ଦିବସ ସମ୍ବନ୍ଧେ ସଂକ୍ଷିପ୍ତ ବକ୍ତବ୍ଯ ପ୍ରଦାନ କରିଥିଲେ।

     ଆସନ୍ତା ମହାବିଷୁବ ପଣାସଂକ୍ରାନ୍ତି ଉପଲକ୍ଷେ ନାନାବିଧ ସେବା କାର୍ଯ୍ୟ ଯେପରିକି ସୂଚନା କେନ୍ଦ୍ର,ଜଳଦାନ,ବସ୍ତ୍ର ଦାନ ଆଦି ସେବା କାର୍ଯ୍ୟ କୁ କିପରି ସଫଳତା ର ସହିତ ସମ୍ପାଦନ କରାଯିବ ଆଲୋଚ୍ୟର ବିଷୟବସ୍ତୁ ହେବା ସଂଗେ ସଂଗେ ଆସନ୍ତା 15/04/2023 ରିଖ ରେ ହେବାକୁ ଥିବା ସ୍ବତନ୍ତ୍ର ଗ୍ରୀଷ୍ମ କାଳୀନ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ର ସଫଳତା ନିମିତ୍ତ ଆଲୋଚନା କରାଯାଇଛି।ପୁନଃ ଆଉ ଏକ ପ୍ରସ୍ତୁତି ବୈଠକରେ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ମତବ୍ଯକ୍ତ କରିଛନ୍ତି।

     ପରିଶେଷରେ ସଂଗଠନର ସଭାନେତ୍ରୀ ସଂଗଠନ ତରଫରୁ ସମସ୍ତଙ୍କୁ ଉତ୍କଳ ଦିବସ ର ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ମାତୃଭୂମି,ମାତୃଭାଷା ପ୍ରତି ସଦା ଭଲ ପାଇବା ରହୁ ବୋଲି ଜଣାଇବା ସହିତ ସମ୍ପାଦକ ପ୍ରଦୀପ ନାୟକ ଧନ୍ଯବାଦ୍ ପ୍ରଦାନ ପୂର୍ବକ ସଭା ସାଙ୍ଗ କରିଥିଲେ ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କାମାକ୍ଷାନଗରରେ ରକ୍ତଦାନ ଶିବିର 

masiha

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Sunil Chandra Nayak

Leave a Comment

error: Content is protected !!