ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶାଗୁଆନ କାଠ ଜବତ ୪ ଗିରଫ

ଶାଗୁଆନ କାଠ ଜବତ ୪ ଗିରଫ

ଡାବୁଗାଁ, ୨୦/୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଜଙ୍ଗଲରୁ ଶାଗୁଆନ କାଠ ଚୋରୀ କରିବା ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନାଞ୍ଚଳ ଅଧୀନ ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇଥିଲେ | ସେଠାରେ ନିଆଁ ଲିଭାଇବା ପରେ ଦେଖିଥିଲେ ଯେ ୪ ଜଣ ଲୋକ ଏକ ଶାଗୁଆନ ଗଛ କାଟି ୨ ଟି ଗଣ୍ଡି କରୁଥିବା ବେଳେ ବନ କର୍ମଚାରୀ ମାନେ ଧରିଥିଲେ | ପରେ ଉକ୍ତ ୪ ଜଣଙ୍କୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଆଣିଥିଲେ | ସେଠାରେ ଥିବା ୩ ଫୁଟ ଗୋଲେଇ ୬ ଫୁଟ ଲମ୍ବା ଓ ୩ ଫୁଟ ଗୋଲେଇ ୧୫ ଫୁଟ ଲମ୍ବାର ୨ ଟି କାଠ ଗଣ୍ଡିକୁ ଜବତ କରିଥିଲେ | ଅଭିଯୁକ୍ତ ୪ ଜଣ ହେଲେ ଝାଲିଆଗୁଡା ଗ୍ରାମର ପଦମନ ଜାନୀ (୩୨), ଯତୀଶ ଭତରା (୨୫), କମଳସାଏ ଭତରା (୩୮) ଓ ଖଗେଶ୍ଵର ଭତରା (୪୨) | ସମସ୍ତ ଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୨୧୯/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି | ଏହି ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଉମାଶଙ୍କର ମିଶ୍ର, ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି ଓ ପାରା କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

masiha

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

Sunil Chandra Nayak

ସଶସ୍ତ୍ର ଡ଼କାୟତ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର ଲୁଟ

Leave a Comment

error: Content is protected !!