ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀରାଜନାଥ ସିଂହଙ୍କ ଆସନ୍ତା ୨୨ତାରିଖରେ ନବରଙ୍ଗପୁର ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ 

ନବରଙ୍ଗପୁର(୨୦|୨) ଆସନ୍ତା ୨୨ ଫେବୃଆରୀ ତାରିଖ ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ନେଇ ନବରଙ୍ଗପୁର ବିଜେପି ପକ୍ଷରୁ ଆଜି ହୋଟେଲ ରୋକିସାନ ସଭା ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭପତି ଶ୍ରୀ ଜଗଦୀଶ ବିଶୋଇ ଙ୍କ ସଭାପତିତ୍ବ ରେ ଦୁଇ ଜଣ ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ ଓ ଶ୍ରୀ ବଳଭଦ୍ର ମାଝୀଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦିକା ତଥା ନବରଙ୍ଗପୁର ,କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ପ୍ରଭାରୀ ଶ୍ରୀମତୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ସଂପାଦକ ଶ୍ରୀ ରମେଶ ସାହୁ,ନବରଙ୍ଗପୁର ଲୋକସଭା ପ୍ରଭାରୀ ଶ୍ରୀ ମନଜିର ଆର୍ଯ୍ୟ , ଲୋକସଭା ସଂଯୋଜକ ଶ୍ରୀ ରାମେଶ୍ବର ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀଙ୍କ ସମେତ ବହୁ ଜ୍ୟେଷ୍ଠ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧିତ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା କରିଥଲେ। ୨୨ତାରିଖ ଦିନ ନବରଙ୍ଗପୁର ସର୍କିଟହାଉସ ଫୁଟବଲ ପଡ଼ିଆ ଠାରେ ସକାଳ ଦଶ ଘଟିକା ସମୟରେ ବଲାଙ୍ଗୀର କଳାହାଣ୍ଡି କୋରାପୁଟ ଓ ନବରଙ୍ଗପୁର ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ରାଜନାଥ ସିଂହ ମାର୍ଗ ଦର୍ଶନ କରିବେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବ ନିଯୁକ୍ତି ପ୍ରାଥମିକ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ନେଇ ତାଲିମ୍ “ପ୍ରେରଣା ” କାର୍ଯ୍ୟକ୍ରମ

masiha

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ

masiha

ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!