ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବୀନଙ୍କ ବାରିପଦା ଗସ୍ତ :ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ ରେ ଶପଥ ପରେ ତିନି ନବୀନ ଗ୍ୟାରେଣ୍ଟି ରେ ମୋହର ବାଜିବ

ନବୀନଙ୍କ ବାରିପଦା ଗସ୍ତ :ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ ରେ ଶପଥ ପରେ ତିନି ନବୀନ ଗ୍ୟାରେଣ୍ଟି ରେ ମୋହର ବାଜିବ

ମୟୂରଭଞ୍ଜ ୨୪ /0 ୫ ରିଖ, ( ମସିହା)ଚଳିତ ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ରାଜ୍ୟ ସଭାପତି ତଥା ଚାରିକୋଟି ଓଡିଶାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଶୁକ୍ରବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାରିପଦାସ୍ଥିତ ଛଉପଡିଆ ଠାରେ ଅନୁଷ୍ଠିତ ବିଶାଳ ଜନସମୁଦ୍ରକୁ ସମ୍ବର୍ଦ୍ଧିତ କରିବାକୁଯାଇ ଜୁନ ୯ ତାରିଖରେ ଷଷ୍ଠଥରପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ କରିବା ମାତ୍ରେ ପ୍ରଥମେ ତିନୋଟି ଗ୍ୟାରେଣ୍ଟି ଉପରେ ମୋହର ମାରିବେ ବୋଲି ଯଥାକ୍ରମେ ୧00ୟୁନିଟ ବିଜୁଳି ବିଲ ସମ୍ପୂର୍ଣ ମାଗଣା ୯0% ପରିବାରକୁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ନବୀନ ଗ୍ୟାରେଣ୍ଟି ଦ୍ୱାରା ପ୍ରତ୍ୟେକ ପରିବାରକୁ ବାର୍ଷିକ ୧0 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ପୁଣି ସରକାରୀ କର୍ମଚାରୀ, ପେନସନଧାରୀ ଏବଂ ସହରବାସୀ ମଧ୍ୟ ଏଥିରେ ଉପକୃତ ହେବେ l ୩ ନମ୍ବର ନବୀନ ଗ୍ୟାରେଣ୍ଟି ହେଉଛି ମା ମହିଳା ( ଏସ ଏସ ଜି )ମାନଙ୍କ ପାଇଁ ୬0 ବର୍ଷ ପରେ ପେନସନ ନବୀନ ଗ୍ୟାରେଣ୍ଟି ଯୋଜନାରେ ଦେବେ ବୋଲି ନିଜ ଅଭିଭାଷଣରେ କହିଲେ ଏବଂ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଦୁଇ ଥର ଶଙ୍ଖ ଚି଼ହ୍ନରେ ବଟନ ଦବାଇ ଜିତାଇବାକୁ ଅନୁରୋଧ କରିଛନ୍ତି l ଉକ୍ତ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଟି ଅଧକ୍ଷ ଭି. କେ. କାର୍ତ୍ତିକେୟ ପାଣ୍ଡିଆନ ମଧ୍ୟ ସାଙ୍ଗରେ ଆସି ନିଜ ଅଭିଭାଷଣ ଦେଇ ମାନ୍ୟବର ନବୀନ ପଟ୍ଟନାୟକଙ୍କ ପ୍ରତି ହୋଇଥିବା ବିରୋଧୀ ମାନଙ୍କ ଅଭଦ୍ର ଟିପ୍ପଣୀ ଘୋର ନିନ୍ଦା କରିବାସହ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ଶବଳ ଅଛନ୍ତି ଏବଂ ସେ କଥାରେ ନୁହଁ କାମରେ ବିଶ୍ୱାସ ରଖନ୍ତି ବୋଲି କହିବା ସହିତ ଶଙ୍ଖ ଚି଼ହ୍ନରେ ବିପୁଳ ପରିମାଣରେ ଭୋଟ ଦେବାପାଇଁ ନିବେଦନ କରିଥିଲେ l ସର୍ବପ୍ରଥମେ ବିଶାଳ ସମ୍ବର୍ଦ୍ଧନା ସଭାକୁ ବାରିପଦା ନଗରପାଳ କୃଷ୍ନାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ଦେଇଆରମ୍ଭ କରିଥିଲେ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ) ଶେଷରେ ଧନ୍ୟବାଦ ଦେଇ ସଭାକୁ ଭାଙ୍ଗ କରିଥିଲେ l ଉକ୍ତ ନିର୍ବାଚନୀ ବିଜୟ ସଂକଳ୍ପ ସାଧାରଣ ସଭାରେ ଅନ୍ୟ ମଂଚାସୀନ ଅତିଥିଗଣ ନିଜ ନିଜ ଅଭିଭାଷଣ ରଖିଥିଲେ ସେମାନେ ହେଲେ ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଟାଣୁଆ ନେତା ସୁଦାମ ମାର୍ଣ୍ଡି, ବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାର୍ଣ୍ଡି,ବାଙ୍ଗରିପୋଷୀ ବିଧାୟକ ପ୍ରାର୍ଥୀନୀ ରଂଜିତା ମାର୍ଣ୍ଡି,ମୋରଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀନୀ ପ୍ରୀତିନନ୍ଦା କାନୁନଗୋ,ଉଦଳା ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସରେନ, ବାରିପଦା ବିଧାନସଭା ସଂଯୋଜକ ପ୍ରଭାତ କୁମାର ନାୟକ ଓ ବାଙ୍ଗରିପୋଷୀ ନିର୍ବାଚନ ମଣ୍ଡଳୀ ସଂଯୋଜକ ସୁନୀଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତ କାଉନସିଲର, ଏକ୍ସ ବିଧାୟକ, ସାଂସଦ,ମିଡ଼ିଆ ସଂଯୋଜକ,ଯୁବ, ଛାତ୍ର, ମହିଳା ଓ ବିଭିନ୍ନ ଛାମୁଆ ସଂଗଠନ ର କର୍ମକର୍ତ୍ତା ସହଯୋଗ କରିଥିଲେ l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ: ଶାହା

masiha

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

Sunil Chandra Nayak

Leave a Comment

error: Content is protected !!