ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଙ୍କୁ ମାନୁନି ମନରେଗା ଯୋଜନା, ୪ ବ୍ଲକ ରେ ଚାଲିଛି ବେଧଢ଼କ ମେସିନ ରେ କାମ

ନବରଙ୍ଗପୁର୨୪,୬(ମସିହା) ନବରଙ୍ଗପୁର ଜିଲ୍ଲା ରେ ବାରମ୍ବାର ର ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ୪ ବ୍ଳକ ପ୍ରଶାସନ ପକ୍ଷରୁ ଠିକାଦାର ଉପରକୁ କାର୍ଯ୍ୟନୁଷ୍ଠାନ ଶୂନ।ସରକାର ଗରିବଙ୍କ ପାଇଁ ଶହେ ଦିନ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି ହେଲେ ନବରଙ୍ଗପୁର ଜିଲ୍ଲା ର ୪ ବ୍ଲକ ର ବିଭିନ୍ନ ଗ୍ରାମପଞ୍ଚାୟତ ରେ କିନ୍ତୁ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହେଉଛି। କାମ ରେ ମଣିଷ ବଦଳ ରେ ଜେସିବ ଓ ଟ୍ରାକ୍ଟର ସାହାଯ୍ୟ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି । । ତେନ୍ତୁଳିଖୁଣ୍ଟି ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ନାକ ତଳେ ଚାଲିଛି ୧୦ଲକ୍ଷ ଟଙ୍କାର ମହାବନ୍ଦ ଖନନ କାର୍ଯ୍ୟ ଏଠାରେ ସୂଚନା ଫଳକ ରେ କାମ ହେଉ ଥିବା ଦେଖିବାକୁ ମିଳୁଛି । ଡାବୁଗାଁ ବ୍ଲକ୍ ମେଦେନା ଗ୍ରାମ ପଞ୍ଚାୟତ ୨୦୨୦ରେ ରାସ୍ତା ନ ଥିବା ଜାଗାରେ କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମାସାତ ହୋଇଥିବା ବେଳେ ଡ଼ାବୁଗାଁ ବିଡ଼ିଓ ଶରତ ମାଝୀ ଘଟଣା କୁ ମାନି ଯାଉଥିଲେ। ଗୋଟିଏ ଜାଗାରେ ନାହି ୯ଟି ଏମିତି ଜାଗାରେ ହୋଇଛି ବୋଲି ମଧ୍ୟ କହିବାକୁ ଭୁଲି ନ ଥିଲେ। ସେହିଭଳି ଝରିଗାଁ, ନନ୍ଦାହାଣ୍ଡି ବ୍ଲକ ରେ ମଧ୍ୟ ଦିନ ରାତି ମେସିନ୍ ସାହାଯ୍ୟ ରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ ବିଭାଗୀୟ ସରକାରୀ ଯନ୍ତ୍ରୀ ବା ବ୍ଳକ୍ ପ୍ରଶାସନ ଶୁଣୁ ନାହାନ୍ତି। ଅନ୍ୟ ପଟେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ କଡା ନିର୍ଦ୍ଦେଶ ଅନୁଯାୟୀ ମନରେଗା କାମରେ ଯେ ସି ପି ମେସିନ୍ ବ୍ୟବହାର କଲେ ତୁରନ୍ତ ବନ୍ଦ କରିବା ସହ ବିଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଳକ୍ ପ୍ରଶାସନ ପାଳନ କରୁ ନାହାନ୍ତି ।ଜିଲ୍ଲା ର ବିଦ୍ୟାଳୟ ଖେଳ ପଡିଆ, ନିର୍ମାଣ କାର୍ଯ୍ୟ ରେ ମଧ୍ୟ ଯେସିପି ମେସିନ ରେ କାର୍ଯ୍ୟ କରୁଥିବା ଜଣା ପଡିଛି। ଜିଲ୍ଲା ରେ କାମ ନ ପାଇ ଲୋକେ ଦାଦନ ପାଇଁ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ଝରିଗାଁ, ଡାବୁଗାଁ ବ୍ଳକ ର ବହୁ ଲୋକ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିବା ବେଳେ, ଏଠାରେ କୁଜି ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ଜିଆରସ୍ କୁ ହାତ ଭାରିସି କରି ଯେସିପି ମେସିନ୍ ସାହାଯ୍ୟରେ କାମ କରୁ ଥିବା ଦେଖିବାକୁ ମିଳୁଛି । ତାହା ପୁଣି ବର୍ଷା ଦିନରେ ସରକାରଙ୍କ ନିର୍ଦ୍ଦେଶ ଜୁନ୍ ୧୫ପରେ କୌଣସି ମାଟି କାମ ହେବ ନାହି ବୋଲି ନିର୍ଦ୍ଦେଶ ରହିଥିବା ବେଳେ , ଜୁନ୍ ମାସ ଶେଷ ହେବାକୁ ବସିଲାଣି ତଥାପି ଚାଲିଛି ମାଟି କାମ।ଏ ସବୁ ଯଦି ଆଗାମୀ ଦିନରେ ରୋକ୍ ନ ଲାଗିଲେ ଆହୁରି ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବେ ବୋଲି ସାଧରଣ ରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଆମେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ କହିଲେ ଯେହେତୁ ଶ୍ରମିକ ମିଳୁ ନାହାନ୍ତି ତେଣୁ ସମସ୍ତ ଙ୍କ କଥା ବୁଝି ମେସିନ୍ ବ୍ୟବହାର କରୁଛନ୍ତି ବୋଲି କହିଥିଲେ। ତେବେ କାହା ଛତ୍ରଛାୟା ତଳେ ରହି ବେଧଡକ ମେସିନ୍ ସାହାଯ୍ୟ ରେ କାମ କରୁଛନ୍ତି ତାହା ତଦନ୍ତ କରିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭେଟେରାନ ଜନନେତା ପୂର୍ବତନ ମନ୍ତ୍ରୀ ଙ୍କୁ ଭେଟିଲେ ଅଞ୍ଚଳର ବରିଷ୍ଠ କବିରାଜ ଓ ବରିଷ୍ଠ ସମାଜ ସଂସ୍କାରକ

Sunil Chandra Nayak

କଂଗ୍ରେସ ଦଳ ପକ୍ଷରୁ ସ୍ବର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲ ପୁର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!