ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମ ବିରୋଧୀ ଫେସବୁକ ରେ ପୋଷ୍ଟ କୁ ନେଇ ଥାନା ରେ ମାମଲା ,ଜଣେ ଗିରଫ

ନୂଆପଡା, ନୂଆପଡ଼ା ଜିଲ୍ଲା ଖଡିଆଳ ସହରର ୱାର୍ଡ ନମ୍ବର ୮ ର ବାସିନ୍ଦା ମହମ୍ମଦ ଆସିଫ ଅଲିଅସ ରାଜୁ ନିଜ ଫେସ୍ ବୁକ୍ ଆଇଡି ରେ ହିନ୍ଦୁ ଦେବା ଦେବୀଙ୍କ ବିରୁଦ୍ଧରେ ଅର୍ଦ୍ଧ ନଗ୍ନ ମହିଳାଙ୍କ ଭିଡିଓ ଦେଇ ହିନ୍ଦୁ ଦେବା ଦେବୀଙ୍କ ବିରୁଦ୍ଧରେ କଟାକ୍ଷ ସଙ୍ଗୀତ ଯୋଡି ଦେଇଥିଲେ । ପୂର୍ବରୁ ମଧ୍ୟ ଏପରି ହିନ୍ଦୁ ବିରୋଧୀ ଅଶ୍ୱିଲ ଭିଡିଓ ଛାଡିଥିବା ସହରରେ ଚର୍ଚ୍ଚା ହେଉଛି । ଏହା ହିନ୍ଦୁ ସମ୍ପ୍ରଦାୟ ପ୍ରତି ଅପମାନ ଅଟେ । ଏନେଇ ଖଡ଼ିଆଳର ହିନ୍ଦୁ ସପକ୍ଷ ବାଦୀ ମାନେ ମିଳିତ ଭାବରେ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଖଡିଆଳ ନଗର ପରିକ୍ରମା କରି ଖଡିଆଳ ଥାନା ଏବଂ ପରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଘେରାଉ କରି ବିଭିନ୍ନ ସ୍ଲୋଗାନ ହିନ୍ଦୁ ବିରୋଧୀ ପୋଷ୍ଟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ସାଇବର କ୍ରାଇମ୍ କରୁଥିବା ଅଭିଯୋଗ ନେଇ ମହମ୍ମଦ ଆସିବ ଅଲିଅସ ରାଜୁଙ୍କ ବିରୁଦ୍ଧରେ ସୌମ୍ୟ ରଞ୍ଜନ ସିଂ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ୧୫୩/୨୩ ବିଭିନ୍ନ ଦଫାରେ ମାମଲା ରୁଜୁ କରି ମହମ୍ମଦ ଆସିଫ ଅଲିଅସ ରାଜୁକୁ ଅଟକ ରଖିଛି । ଆଗାମୀ ଦିନରେ ଯିଏ ଏଭଳି କାର୍ଯ୍ୟ କଲାପ କଲେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଖଡ଼ିଆଳ ସହରର ଶତାଧିକ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଖଡ଼ିଆଳ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ପ୍ରକାଶ କରୁଛନ୍ତି । ଏନେଇ ରାତ୍ର ସାତ ଘଣ୍ଟା ସମୟରେ ପୁଣିଥରେ ଶତାଧିକ ହିନ୍ଦୁ ସପକ୍ଷବାଦୀ ଯୁବକ ବିଭିନ୍ନ ସ୍ଲୋଗାନ ଦେଇ ଖଡ଼ିଆଳ ସହର ପରିକ୍ରମା କରି ଥାନାକୁ ଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଖଡ଼ିଆଳ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟାଙ୍ଗିଆରେ ଆକ୍ରମଣ କରି ଜଣେ ମହିଳା ଙ୍କୁ ହତ୍ୟା 

masiha

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

masiha

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

Leave a Comment

error: Content is protected !!