ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକର ମୃତ୍ୟୁ ବେସାହାରା ସ୍ତ୍ରୀ ଓ ପୁଅ , ନୂଆଖାଇ ପଡିଲା ଫିକା

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦାଦନ ମାନଙ୍କ ମୃତ୍ୟୁ । ପରିବାର ଆର୍ଥିକ ଅନାଟ ନ ପୁଅ କୁ ଉଚ୍ଚ ଶିକ୍ଷା ଭଳି ଅନେକ ଆଶା ନେଇ କମ ବୟସରେ ପରିବାରକୁ ଛାଡି ଶ୍ରମିକ ମାନେ ଅଧିକ। ଅର୍ଥ ରୋଜ ଗାର କରିବା ପାଇଁ ଦାଦନ ଖଟିବାକୁ ଯାଉ ଛନ୍ତି ।ହେଲେ ପରିବାର ପାଖକୁ ଆସୁଛି ମୃତ୍ୟୁ ଖବର ।ଏଭଳି ଏକ ଦାଦନ ଶ୍ରମିକର ମୃତ୍ୟୁ ହୋଇଛି ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମର କିଶୋର ହଂସ ୩୦ । ସେ ଦୀର୍ଘ ୩ ବର୍ଷ ହେଲା ତେଲେଙ୍ଗାନା ରାଜ୍ୟର ଲାଲ ଗୁଣ୍ଡା ଠାରେ ଏକ କମ୍ପାନୀରେ କାମ କରୁଥିଲେ ।ଗତ କିଛିଦିନ ତଳେ ତାଙ୍କୁ ସାମାନ୍ୟ ଜ୍ୱର ହେଉଥିବା ଜାଣି କମ୍ପାନୀର କର୍ମଚାରୀ ମାନେ ତାଙ୍କୁ ନିକଟସ୍ଥ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ଦୁଇ ତିନି ଦିନ ଧରି ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ବାରୁ ସୋମବାର ଦିନ ସନ୍ଧ୍ୟା ୭ ଟାରେ କିଶୋର ହଂସ ଙ୍କ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା ।ଖବର ପାଇଲା ପରେ ପରିବାର ଲୋକ ଏବଂ ଗ୍ରାମବାସୀମାନେ ମର୍ମାହତ ହୋଇ ପଡ଼ିଥିଲେ ।ଘରେ କାନ୍ଦ ବୋବାଳି ରେ ଫାଟି ପଡୁ ଥିଲା ।କିଶୋର ଙ୍କ ସ୍ତ୍ରୀ ଏବଂ ୮ ବର୍ଷର ପୁଅ ରାହୁଲ । ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସ୍ତ୍ରୀ ଭାଙ୍ଗି ପଡିଛନ୍ତି ।ସ୍ୱାମୀଙ୍କ ଜ୍ୱର ହେବ ଖବର ଜାଣିଲା ପରେ ସେ ଘରକୁ ଚାଲି ଆସିବା ପାଇଁ କହିଥିଲେ ।ମାତ୍ର ଆସିପାରିଲେ ନାହିଁ ।ଆସନ୍ତା ନୂଆଖାଇରେ ଘରକୁ ଯିବା ପାଇଁ ସ୍ତ୍ରୀ ଏବଂ ପୁଅକୁ କହିଥିଲେ ।ମାତ୍ର ବିଧିର ବିଧାନ ଥିଲା ଭିନ୍ନ ପ୍ରକାରର ନୂଆଖାଇ କୁ ଆସିବା ବାଟ ଅଧାରେ ଅଟକିଗଲା ।ଚାଲିଗଲା ମୂଲ୍ୟବାନ ଜୀବନ ।ଏବେ ପରିବାର ବୋଝ ସ୍ତ୍ରୀ ବନିତା ଙ୍କ ହାତରେ ।କମ ବୟସରେ ସ୍ୱାମୀ ଚାଲିଯିବା ଜଣେ ସ୍ତ୍ରୀଙ୍କ ପାଇଁ କଣ ହୋଇପାରେ ।ସୋମବାର ଦିନ ସନ୍ଧ୍ୟାରେ ମୃତ୍ୟୁ ହୋଇଥିଲା ହେଲେ ଆଜି ହି ସନ୍ଧ୍ୟାରେ ନିଜ ଜନ୍ମ ମାଟି ମୁଣ୍ଡରା ଗୁଡା କୁ କିଶୋର ହଂସ ଙ୍କ ଶବ ପହଞ୍ଚିଥିଲା ।ଶବ ପହଁଚିଲା ପରେ ଗାଁ ରେ ଏକ ଶୋକ।କୁଳ ପରିବେଶର ବାତ।ବରଣ ଦେଖିବାକୁ ମିଳିଥିଲା ।ନିକଟସ୍ଥ ହାତୀ ନଦୀରେ ସନ୍ଧ୍ୟାରେ ଶବ ସତ୍କାର କରାଯାଇଥିଲା। ଏକ ମାତ୍ର ପୁଅ ରାହୁଲ ମୁଖାଗ୍ନି ଦେଇଥିବା ବେଳେ ପରିବାର ,ବନ୍ଧୁ ବାନ୍ଧବ ,ଆତ୍ମୀୟ ସ୍ଵଜନ ଏବଂ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସିବିଏସଇ ପରୀକ୍ଷା ରେ ଇଏମଆରଏସ ବହଳଦା ଛାତ୍ର ଛାତ୍ରୀ ଙ୍କ ସଫଳତା 

Sunil Chandra Nayak

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ମିଶନ ଶକ୍ତି ସ୍କୁଟର ରାଜ୍ୟ ସ୍ତରୀୟ ଯୋଜନାର ଶୁଭାରମ୍ଭ

masiha

Leave a Comment

error: Content is protected !!